ଅମିତାଭ ବଚ୍ଚନଙ୍କ ବିଳାସମୟ କାର ସିଜ୍‌ କଲା ପରିବହନ ବିଭାଗ

ଦେଶରେ ବିଳାସମୟ କାର ଚଢ଼ୁଥିବା ଲୋକମାନେ ରୋଡ୍ ଟେକ୍ସ ଦେଉନଥିବାରୁ ଚିନ୍ତାରେ ଥିଲା ସଁଡ଼କ ଓ ପରିବହନ ମନ୍ତ୍ରାଳୟ।

(ମୁମ୍ବାଇ) : ଦେଶରେ ବିଳାସମୟ କାର ଚଢ଼ୁଥିବା ଲୋକମାନେ ରୋଡ୍ ଟେକ୍ସ ଦେଉନଥିବାରୁ ଚିନ୍ତାରେ ଥିଲା ସଁଡ଼କ ଓ ପରିବହନ ମନ୍ତ୍ରାଳୟ। ଏଥିପାଇଁ ଆଜି ବେଙ୍ଗାଲୁରୁ ପରିବହନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏଥିରେ ରୋଲ୍ସ ରୟସ୍, ଫେରାରି ଏବଂ ପର୍ଶ କାର ଭଳି ୧୦ଟି ବିଳାସମୟ କାର ଜବତ କରାଯାଇଛି। ତେବେ ଗୁରୁତର କଥା ହେଉଛି ଜବତ ହୋଇଥିବା କାର୍‌ ମଧ୍ୟରୁ ଗୋଟିଏ ବଲିଉଡ୍‌ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ନାଁରେ ରହିଛି। ସହରରେ ଟ୍ରାଫିକ ନିୟମ ଭାଙ୍ଗିବା, ନକଲି କାଗଜପତ୍ର ରଖିବା ଓ ରୋଡ୍ ଟ୍ୟାକ୍ସ ନଦେଇ ଗାଡ଼ି ଚଲାଉଥିବାରୁ ଗାଡ଼ିଗୁଡ଼ିକ ସିଜ୍ କରିଛି ପରିବହନ ବିଭାଗ।

ସୂଚନାନୁଯାୟୀ , କରୋନା ସମୟରେ ବେଙ୍ଗାଲୁରୁର ପୋଶ ଅଞ୍ଚଳରେ ବହୁ ଦାମୀ କାର ପାର୍କ ହୋଇଥିବା ବିଭାଗୀୟ ଅଧିକାରୀମାନେ ଦେଖିବା ପରେ ଗାଡ଼ିଗୁଡ଼ିକର ନମ୍ବର ନୋଟ୍ କରିବା ସହିତ କାଗଜପତ୍ର ଯାଞ୍ଚ କରିଥିଲେ। ଫଳରେ କେଉଁ ଗାଡ଼ିର କାଗଜପତ୍ର ଠିକ୍ ନଥିଲା ତ କେଉଁ କାରରେ ରୋଡ୍ ଟ୍ୟାକ୍ସ ଦିଆଯାଇ ନଥିଲା। ପୁଣି କେତେକ ଗାଡ଼ିରେ ମାଲିକାନା ହସ୍ତାନ୍ତର କରାଯାଇ ନଥିଲା। ପରିବହନ ବିଭାଗ ଯାଞ୍ଚ କରିବା ପରେ ଗୋଟିଏ ରୋଲ୍ସ ରୟସ ଗାଡ଼ି ଅମିତାଭ ବଚ୍ଚନଙ୍କ ନାଁରେ ଥିବା ଜଣାପଡ଼ିଥିଲା।