ସଂହଦ୍ୱାର ନିକଟରେ ପତିତପାବନଙ୍କୁ ଦର୍ଶନ କଲେ ଅଶ୍ୱିନ ଓ ଧର୍ମେନ୍ଦ୍ର

ଗୋପ/ଜୟନ୍ତ କୁମାର ସେଠୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନ ବୈଷ୍ଣବ ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପତିତପାବନଙ୍କୁ ଦର୍ଶନ କରିଛନ୍ତି। ଏହି ୨ମନ୍ତ୍ରୀ ପତିତପାବନଙ୍କୁ ଦର୍ଶନ କରିବା ସହ ଦୀପଦାନ କରି ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରିଛନ୍ତି। ଶିକ୍ଷା କ୍ଷେତ୍ରରେ ସାକ୍ଷୀଗୋପାଳ ବକୁଳବନ ଏକ ସ୍ୱତନ୍ତ୍ର ଭୂମିକା ସୃଷ୍ଟି କରିଥିବାରୁ ଏଠାରେ ହେବାକୁ ଥିବା ଓଡିଶା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କାର୍ୟ୍ୟରେ ରାଜ୍ୟକୁ କେନ୍ଦ୍ର ସମ୍ପୁର୍ଣ୍ଣ ସହାୟତା ପ୍ରଦାନ କରିବ। ଏହା ସହିତ ବକୁଳବନ ବିଶ୍ବବିଦ୍ୟାଳୟକୁ ନୂଆ ଶିକ୍ଷା ନୀତିର ପ୍ରୟୋଗଶାଳା କରାଯିବ। ରାଜ୍ୟର ୫୦ ହଜାର ଗ୍ରାମକୁ ଇଣ୍ଟରନେଟ ସୁବିଧା ଦେବା ପାଇଁ ପ୍ରୟାସ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଇଞ୍ଜିନିୟରିଂ, ମେଡିକାଲ ପାଠ୍ୟକ୍ରମକୁ ଓଡିଆରେ ପ୍ରଚଳନ କରାଯିବା ପାଇଁ ମଧ୍ୟ ଉଦ୍ୟମ କରାଯିବ। ପୁରୀ ଏକ ଅନ୍ତର୍ଜାତୀୟ ପର୍ୟ୍ୟଟନ ସ୍ଥଳ ହୋଇଥିବାରୁ ପୁରୀରେ ରେଳପଥର ବିକାଶ ସହ ପୁରୀ-କୋଣାର୍କ ରେଳ ଲାଇନ ନିର୍ମାଣ କାର୍ୟ୍ୟ ନେଇ ଯାହା ଆବଶ୍ୟକ ସେନେଇ କେନ୍ଦ୍ର ପଦକ୍ଷେପ ନେବ ବୋଲି କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନ ବୈଷ୍ଣବ। ଆଜି ଦୁଇମନ୍ତ୍ରୀ ପୁରୀରେ ପହଞ୍ଚିବା ପରେ ଦଳୀୟ କର୍ମୀମାନେ ତାଙ୍କୁ ଅଠରନଳାରେ ସମ୍ବର୍ଦ୍ଧିତ କରିବା ସହ ବଡଦାଣ୍ତରେ ବାଇକ ରାଲି କରି ସିଂହଦ୍ବାରରେ ପହଞ୍ଚାଇଥିଲେ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେପଟେ ଅନେକ କେନ୍ଦ୍ରୀୟ ଜନକଲ୍ୟାଣ କାରୀ ଯୋଜନା ରାଜ୍ୟ ସରକାରଙ୍କ ସହଯୋଗ ଓ ଆନ୍ତରିକତା ଅଭାବ ରୁ ଓଡିଶା ରେ ଲାଗୁ ହୋଇ ପାରୁନାହିଁ। ଅନେକ ଯୋଜନା ରେ ମଧ୍ୟ ହିତାଧିକାରୀ ଉପଯୁକ୍ତ ଲାଭ ପାଉ ନାହାଁନ୍ତି। କିଷାନ ନିଧି ଯୋଜନା ,ଆୟୁସ୍ମନ ଭାରତ ଯୋଜନା ରାଜ୍ୟ ସରକାର ଅସହଯୋଗ ଯୋଗୁ ଓଡିଶା ର ଲୋକ ମାନେ ଏହାର ଲାଭ ଉଠାଇ ପାରୁ ନାହାନ୍ତି। ଏଣୁ ରାଜ୍ୟ ସରକାର ନିଜ ର କେନ୍ଦ୍ର ପ୍ରତି ଥିବା ବୈମାତୃକ ମନୋଭାବ ଛାଡି କେନ୍ଦ୍ର କୁ ସହଯୋଗ କରିବାକୁ ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାର ଙ୍କ ଉଦେଶ୍ୟ ରେ କହିଥିଲେ। ସେପଟେ ପୁରୀ କୁ ବିଶ୍ୱ ରେ ଏକ ଅଧ୍ୟତ୍ମିକ ସହର ଗଢି ତୋଳିବା କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ସହଯୋଗ କରିବେ ଓ ବିଭିନ୍ନ ପଦକ୍ଷେପ ନେବେ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ।