କଂଗ୍ରେସ ଛାଡ଼ି ଟିଏମ୍‌ସି ମୁହାଁ ସୁଶ୍ମିତା ଦେବ

ବିଜେପିରୁ କିଛି ନେତା ଦଳରେ ଯୋଗ ଦେବା ପରେ ଏବେ କଂଗ୍ରେସରୁ ବି ନେତାମାନେ ଟିଏମ୍‌ସି ମୁହାଁ ହେଲେଣି। ଆଜି ସକାଳେ କଂଗ୍ରେସରୁ ଇସ୍ତଫା ଦେଇଥିବା ସୁଶ୍ମିତା ଦେବ ଅପରାହ୍ନ ୩ଟାରେ ଟିଏମ୍‌ସିରେ ଯୋଗ ଦେଇଛନ୍ତି।

(କୋଲକତା) : ବିଜେପିରୁ କିଛି ନେତା ଦଳରେ ଯୋଗ ଦେବା ପରେ ଏବେ କଂଗ୍ରେସରୁ ବି ନେତାମାନେ ଟିଏମ୍‌ସି ମୁହାଁ ହେଲେଣି। ଆଜି ସକାଳେ କଂଗ୍ରେସରୁ ଇସ୍ତଫା ଦେଇଥିବା ସୁଶ୍ମିତା ଦେବ ଅପରାହ୍ନ ୩ଟାରେ ଟିଏମ୍‌ସିରେ ଯୋଗ ଦେଇଛନ୍ତି। ସୁଶ୍ମିତା କଂଗ୍ରେସ ମହିଳା ମୋର୍ଚ୍ଚାର ଅଧ୍ୟକ୍ଷା ଥିଲେ। ଦଳର ଅଭିଜ୍ଞା ଓ ଟାଣୁଆ ନେତା ଭାବେ ତାଙ୍କର ପ୍ରଭାବ ମଧ୍ୟ ଥିଲା। କିନ୍ତୁ ସେ ହଠାତ୍ କଂଗ୍ରେସ ଛାଡ଼ି ମମତାଙ୍କ ଦଳ ଟିଏମ୍‌ସିରେ ଯୋଗ ଦେଇଛନ୍ତି। ଟିଏମ୍‌ସି ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଥିଲା। ଦଳ ଟ୍ୱିଟ୍ କରି ଲେଖିଥିଲା ” କଂଗ୍ରେସ ମହିଳା ମୋର୍ଚ୍ଚାର ପୂର୍ବତନ ଅଧ୍ୟକ୍ଷା ସୁଶ୍ମିତା ଦେବଙ୍କୁ ତୃଣମୂଳ ପରିବାରକୁ ସୁସ୍ୱାଗତ “

ସୂଚନାନୁଯାୟୀ , ଦଳ ଏହି ଟ୍ୱିଟ୍ କରିବା ସହିତ ସୁଶ୍ମିତାଙ୍କ ସହିତ ଟିଏମ୍‌ସି ଜାତୀୟ ସାଧାରଣ ସମ୍ପାଦକ ଅଭିଶେକ ବାନାର୍ଜୀ ଓ ରାଜ୍ୟସଭା ଏମ୍‌ପି ଡେରେକ ଓ ବ୍ରାଏନ୍‌ଙ୍କ ଫଟୋ ମଧ୍ୟ ଶେୟାର୍ କରିଥିଲା। ତେବେ ସୁଶ୍ମିତା ଦଳ ଛାଡ଼ିବା ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖିଥିଲେ। ଏଥିରେ ସେ କଂଗ୍ରେସ ଦଳ ଓ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ସୁଶ୍ମିତା। ଏବଂ ଜନସେବାରେ ଆଉ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଥିବା ଲେଖିଥିଲେ ସୁଶ୍ମିତା ଦେବ।