ସାମରିକ ବାହିନୀକୁ ପୁଣି ସଂଗଠିତ କରାଯାଉଛି : ଅଶରଫ ଘାନି

କାବୁଲ : ତାଲିବାନ ଦ୍ରୁତ ଗତିରେ କାବୁଲ ଆଡ଼କୁ ଅଗ୍ରସର ହେଉଥିବାବେଳେ ଶନିବାର ଆଫଗାନିସ୍ତାନବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଅସରଫ ଘନି । ଦେଶରେ ଆହୁରି ହିଂସା ରୋକିବା ଓ ଲୋକଙ୍କ ବିସ୍ଥାପନକୁ ରୋକିବା ଉପରେ ସେ ଗୁରୁତ୍ବ ଦେଇଛନ୍ତି ।
ସାମ୍ବାଦିକ ମାନଙ୍କୁ ଘାନି କହିଥିଲେ ମୁଁ ଆପଣମାନଙ୍କ ରାଷ୍ଟ୍ରପତି ଭାବେ ଦେଶରେ ଶାନ୍ତି ପ୍ରତିଷ୍ଠା ଦିଗରେ ପ୍ରତିଶ୍ରୁତିବଦ୍ଧ। ଆଫାଗାନିସ୍ତାନରେ ଯୁଦ୍ଧ ଜାରି ରଖି ୨୦ ବର୍ଷ ମଧ୍ୟରେ ଆମେ ଯାହା ହାସଲ କରିଛନ୍ତି ତାକୁ ନଷ୍ଟ କରିବାକୁ ଅନୁମତି ଦେଇ ପାରିବେ ନାହିଁ ବୋଲି ଘାନି କହିଥିଲେ। ସେପଟେ ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲର ବିଲକୁଲ ପାଖରେ ପହଞ୍ଚିସାରିଛି। ଏହି ସମୟରେ ଶାନ୍ତି ବାର୍ତ୍ତା ସମିତି ନୂଆ ଯୋଜନା ତିଆରି କରୁଛି ଯାହା ଦ୍ବାରା ରାଷ୍ଟ୍ରପତି ଅଶରଫ ଘାନିଙ୍କ ସରକାର ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିବ।