ନୂଆ ଅତିଥି ପୁଅ ନୁହେଁ ଝିଅ ଚାହୁଁଛି : ଅଭିନେତ୍ରୀ ମଲାଇକା

ବଲିଉଡର ସବୁଠାରୁ ଫିଟ୍‌ ଆଣ୍ଡ ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ମଲାଇକା। ମଲାଇକାଙ୍କ ଘରକୁ ଆସିବ ନୂଆ ଅତିଥି। ଏନେଇ ଆରମ୍ଭ ହୋଇଛି ସଜବାଜ। ପୁଣି ଥରେ ମା’ ହେବା ପାଇଁ ମନ କରିଛନ୍ତି ମଲାଇକା।

(ମୁମ୍ବାଇ) : ବଲିଉଡର ସବୁଠାରୁ ଫିଟ୍‌ ଆଣ୍ଡ ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ମଲାଇକା। ମଲାଇକାଙ୍କ ଘରକୁ ଆସିବ ନୂଆ ଅତିଥି। ଏନେଇ ଆରମ୍ଭ ହୋଇଛି ସଜବାଜ। ପୁଣି ଥରେ ମା’ ହେବା ପାଇଁ ମନ କରିଛନ୍ତି ମଲାଇକା। ହେଲେ ଏଥର କିନ୍ତୁ ତାଙ୍କୁ ଆଉ ପୁଅ ଦରକାର ନାହିଁ, ତାଙ୍କୁ କୁଆଡେ ଏବେ ଝିଅ ଦରକାର। ସ୍ୱାମୀ ଅରବାଜ ଖାନ୍‌ଙ୍କ ଠାରୁ ଅଲଗା ହେବା ପରେ ସେ ଏବେ ପୁଣି ଥରେ ମା’ ହେବାକୁ ମନ କରିଛନ୍ତି। ଜଣେ କନ୍ୟା ସନ୍ତାନର ମା’ ହେବା ପାଇଁ ଇଚ୍ଛା ରଖିଛନ୍ତି ବଲିଉଡର ହଟ୍‌ ଆଣ୍ଡ ସିଜଲିଂ ଅଭିନେତ୍ରୀ ମଲାଇକା ଅରୋରା। ଏନେଇ ସେ ନିଜେ ସୂଚନା ଦେଇଛନ୍ତି। ସେ ଜଣେ କନ୍ୟା ସନ୍ତାନକୁ ଆଡପ୍ଟ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି।

 

ସୂଚନାନୁଯାୟୀ , ନିକଟରେ ଇ-ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାର୍‌ରେ ମଲାଇକା କହିଛନ୍ତି, ସେ ଜଣେ ଝିଅର ମା’ ହେବା ପାଇଁ ଚାହୁଁଛନ୍ତି। ଏଥିପାଇଁ ସେ ତାଙ୍କ ପୁଅ ଅରହାନ ସହ ମଧ୍ୟ କଥାବାର୍ତ୍ତା କରିଛନ୍ତି। ମଲାଇକା ତାଙ୍କ ପୁଅ ଅରହାନଙ୍କୁ ବେଶ୍‌ ଭଲ ପାଆନ୍ତି। ସେ ମଧ୍ୟ ଜଣେ ଭଉଣୀ ଚାହୁଁଥିବା ମଲାଇକା କହିଛନ୍ତି। ମଲାଇକା ଆହୁରି କହିଛନ୍ତି, ‘ତାଙ୍କର ଅନେକ ଘନିଷ୍ଠ ବନ୍ଧୁମାନେ ମଧ୍ୟ ଛୁଆ ଆଡପ୍ଟ କରିଛନ୍ତି। ଏହା ଜାଣି ବେଶ ଖୁସି ଲାଗେ ଯେ ପିଲାମାନେ ଆପଣଙ୍କ ଜୀବନରେ ସୁଖ ଆଣିଥାନ୍ତି। ଆମେ କିପରି ଦିନେ ଏକ ଶିଶୁକୁ ଆଡପ୍ଟ କରି ଏବଂ ତାଙ୍କୁ ପରିବାର ଏବଂ ଘର ଦେଇପାରିବା, ସେନେଇ ମୁଁ ମୋ ପୁଅ ଅରହାନଙ୍କ ସହ ବହୁତ କଥାବାର୍ତ୍ତା ହେଇଛି । ପରବର୍ତ୍ତୀ ମୁହୂର୍ତ୍ତରେ ପୁଣି ଆଲୋଚନା ପରେ ନିଷ୍ପତି ନେବୁ ।