ହ୍ରାସ ପାଉଛି ଜନପ୍ରିୟତା ; ମୋଦୀ ସରକାରଙ୍କ ତିନି ଦିନିଆ ବୈଠକ

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ଆଗାମୀ ତିନି ବର୍ଷ ପାଇଁ ଶାସନ ଓ ବିଭିନ୍ନ ମନ୍ତ୍ରାଳୟର କାର୍ଯ୍ୟ ସମୀକ୍ଷା ଉପରେ ଚର୍ଚ୍ଚା ସହିତ ତଦାରଖ କରିବା ପାଇଁ ତିନିଦିନ ଧରି ଗଠିତ ହୋଇଥିବା ମନ୍ତ୍ରୀପରିଷଦ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
୨୦୧୪ ପରଠାରୁ ମୋଦୀ ସରକାର ଅନେକ ସମାଲୋଚନାର ଶିକାର ହୋଇଆସୁଛନ୍ତି । କିନ୍ତୁ ପ୍ରଥମ ଥର ପାଇଁ ମୋଦୀ ସରକାର ବିରୁଦ୍ଦରେ ଦେଶରେ ବୁଦ୍ଦିଜୀବି, ବିପକ୍ଷ, ସାଧାରଣ ଜନସାଧାରଣ ଦ୍ୱାରା ଅସନ୍ତୋଷର ପ୍ରକାଶ କରୁଛନ୍ତି ଯାହା ଫଳରେ ମୋଦୀଙ୍କ ଲୋକପ୍ରିୟତା ଉପରେ ଏକ ବଡ ପ୍ରଭାବ ପଡୁଛି । ଭାରତରେ କୋଭିଡ ପରିସ୍ଥିତିକୁ ନିୟନ୍ତ୍ରଣା ଧିନ କରିବାରେ ବଫଳତା, ଅତ୍ୟାବଶ୍ୟକିୟ ଜିନିଷର ଦରବୃଦ୍ଧି, କୃଷି ଆଇନ ଭଳି କେତକ ନୀତିକୁ ନେଇ ଜନସାଧାରଣଙ୍କ ମଧ୍ୟ ରେ ଅକ୍ରୋଶ ଦେଖା ଦେଇଛି । ଯାହା ଆଗାମୀ ସମୟରେ ହେବାକୁ ଥିବା ପଞ୍ଜାବ ନିର୍ବାଚନ, ଉତ୍ତରପ୍ରଦେଶ ଓ ୨୦୨୪ ର ନିର୍ବାଚନ ପାଇଁ ଏକ ବଡ ସମସ୍ୟା ଆଣିପାରେ ।
ଗୁରୁତ୍ୱପୁର୍ଣ୍ଣ ବିଭାଗ ଗୁଡିକର ଥିବା ମନ୍ତ୍ରୀ ସମାଲୋଚନାର ଶିକାର ହେବା ପରେ ମୁଖ୍ୟ ବିଭାଗର ମନ୍ତ୍ରୀ ମାନେ ଇସ୍ତପା ଦେବା ପରେ ନୂଆ ମନ୍ତ୍ରୀ ପରିଷଦ ଗଠନ କରିଥିଲା ବିଜେପି । ପଶ୍ଚିମବଙ୍ଗରେ ବିଜେପି ହାରିବା ପରେ ଆଗାମୀ ନିର୍ବାଚନକୁ ନେଇ ବିଜେପି ଓ ଆରଏସଏସ ଚିନ୍ତିତ ଥିବା ବେଳେ ଅନ୍ୟରାଜ୍ୟ ଗୁଡିକରେ ମଧ୍ୟ ବିଜେପିର ସକ୍ରିୟତା ଉପରେ ପ୍ରଶ୍ନ ଉଠିଲାଣି । ପଶ୍ଚିମବଙ୍ଗରେ ବିଜେପି ହାରିବା ପରେ ଆଗାମୀ ନିର୍ବାଚନକୁ ନେଇ ବିଜେପି ଓ ଆରଏସଏସ ଚିନ୍ତିତ ଥିବା ବେଳେ ଅନ୍ୟରାଜ୍ୟ ଗୁଡିକରେ ମଧ୍ୟ ବିଜେପିର ସକ୍ରିୟତା ଉପରେ ପ୍ରଶ୍ନ ଉଠିଲାଣି ।