ନାମ ବଦଳିଗଲେ ଅବସ୍ଥା ବଦଳିଯିବ କି ?

ନୂଆଦିଲ୍ଲୀ :  ଆଗ୍ରାର ନାମ ବଦଳାଇ ଅଗ୍ରବନ ହୋଇପାରିବ । ତାଜମହଲର ନାମ ବଦଳାଇ ତେଜ ମହଲ ହୋଇପାରିବ । ଏମିତି ଅନେକ ମେସେଜ କେତେବେଳେ ହ୍ୱାଟଆପରୁ ଫରୁଆର୍ଡ ହେଉ ହେଉ ସରକାରଙ୍କର ପ୍ରାଥମିକତା ପାଲଟିଯାଏ ।
ଆଜି କାଲି ସହରର ନାମ ଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟର ନାମ , ସ୍ଥାନର ନାମ ପାଖରୁ ଆରମ୍ଭକରି ଖେଳର ଆଓ୍ବାର୍ଡ ର ନାମ କୁ ସରକାରଙ୍କ ବଦଳାଇ ଦେବା ପାଇଁ ପ୍ରବଣତା ଜୋର ଧରିଛି । ଏହି ନାମ ବଦଳାଇବା ପଛରେ କିଛି ତର୍କ ଅଛିକି? ଏହି ନାମ ବଦଳେଇ ଦିଆଯାଏ ତେବେ କାହାର କିଛି ଉନ୍ନତି ହେଉଛି କି?

ଯେତେବେଳେ ଆମେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରାସ୍ତାରେ ଚାଲିବାକୁ ସମର୍ଥ ହୋଇ ନଥାଉ ତେବେ ରାସ୍ତାକୁ ମହାତ୍ମାଗନ୍ଧୀ ମାର୍ଗ ନାମ ରଖିଦେଉ । ଏହାକୁ ପ୍ରସିଦ୍ଧ ମରାଠୀ ଲେଖକ ପୁରୁଷୋତ୍ତମ ଲକ୍ଷ୍ମଣ ଦେଶପାଣ୍ଡେ ଲେଖିଛନ୍ତି । ରାମଙ୍କ ଆଦର୍ଶକୁ ପାଳନ କରିବାରେ ଆମେ ଅକ୍ଷମ ନା ଆମ ପାଖରେ ମର୍ଯ୍ୟଦା ହୃଦୟ ଅଛି ନା ଆଚରଣ ଯେତେବେଳେ ରାମଙ୍କ ଆଦର୍ଶରେ ବିଫଳତା ହେଉ ସେତେବେଳେ ଆମେ ସ୍ଥାନର ନାମ ଅଯୋଧ୍ୟା ରଖିଦେଉ ।
କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗଙ୍ଗାଙ୍କୁ ସଫା କରିବାରେ ବିଫଳ ଐତିହାସିକ ଏହ୍ଲାବାଦ ସହରର ସୌନ୍ଦର୍ଯ୍ୟ ସହରରେ ପରିଣତ କରିପାରିଲୁ ନାହିଁ ତେବେ ଏହାର ନାମ ରଖିଦେଲୁ ପ୍ରୟାଗରାଜ । କେବଳ ନିଜ ମନଭିତରେ ନକଲି ପବିତ୍ତକୁ ଅନୁଭବ କରିବା ପାଇଁ ।
ବାସ୍ତବିକ କାର୍ଯ୍ୟ ନକରିପାରିବାର ବିଫଳତା ଲୁଚାଇବା ପାଇଁ ସାଂକେତିକ କାର୍ଯ୍ୟ ମାଧ୍ୟମରେ ଆମେ କେବଳ ପ୍ରୟାସ କରିଥାଉ । ଉଦାହରଣ ସୂରୁପ କ୍ରୀଡା ଓ କ୍ରୀଡାବିତ ଯେଉଁ ଶୋଚନୀୟ ପରିସ୍ଥିତି ଦେଇ ଗତି କରୁଛନ୍ତି ବଦଳାଇବାର ଆଗ୍ରହ ତିଳେ ମାତ୍ର ନଥିବା ବେଳେ ଏହି ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ କ୍ରୀଡାର ଷ୍ଟାଡିଏମର ନାମ ବଦଳାଇ ଦେଇପାରୁ ଖେଳ ପୁରଷ୍କାରର ନାମ ବଦଳାଇ ଦେଇପାରୁ । ଦେଶର ସମୃଦ୍ଦି, ଉନ୍ନତି ଓ ବିକାଶ ପାଇଁ କାର୍ଯ୍ୟ କରିବା ବିଫଳତା ପ୍ରକାଶ ପାଉଥିବାର ଦୋଷକୁ ଲୁଚାଇବା ପାଇଁ ଦେଶଭକ୍ତର ପ୍ରମାଣ ସିଦ୍ଧ କରିବା ପାଇଁ ସିନେମା ହଲରେ ଜାତୀୟ ସଂଗୀତ ଗାନ କରିଥାଉ ।