ନୂଆଦିଲ୍ଲୀ: ରବିବାର ଦିଲ୍ଲୀରେ ହୋଇଥିବା ୯ ବର୍ଷୀୟା ଦଳିତ ନାବାଳିକା ଦୁଷ୍କର୍ମ ଘଟଣାର ଏକ ମାଜିଷ୍ଟେରିଆଲ ତଦନ୍ତ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନରେ ପୀଡିତ ପରିବାରକୁ ଭେଟି ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ।
ରବିବାର ନାବାଳିକା ନିକଟସ୍ଥ ଏକ ୱାଟର କୁଲରରୁ ପାଣି ଆଣିବାକୁ ଯାଇଥିବା ବେଳେ ତାଙ୍କ ସହ ଦୁଷ୍କର୍ମ କରାଯାଇଥିଲା । ଦୁଷ୍କର୍ମ ପରେ ନାବାଳିକାକୁ ହତ୍ୟା କରି ବଳପୂର୍ବକ ନାବାଳିକାର ମୃତଦେହକୁ ଜଣେ ପୂଜାରି ଓ ଶ୍ମଶାନରେ କାମ କରୁଥିବା ୩ ଜଣ ଲୋକ ପୋତି ଦେଇଥିଲେ ।
ପୀଡିତାଙ୍କ ମାଙ୍କ ଅନୁଯାୟୀ, ପୁଲିସକୁ ଘଟଣା ସମ୍ପର୍କରେ ଜଣାଇଲେ ଝିଅକୁ କାଟି ଟିକଟଟିକ କରିଦେବ । ସେମାନେ ନାବାଳିକାର ଶବ ସଂସ୍କାର କରିବାକୁ ଧମକ ଦେଇଥିଲେ । ତେବେ ସଂସ୍କାର ସମୟରେ ପୀଡିତାର ମା ଚିକ୍ରାର କରି ଲୋକଙ୍କୁ ସାହାଯ୍ୟ ମାଗିଥିଲେ ଓ ସ୍ଥାନୀୟ ଲୋକ ପୀଡିତାର ଶବକୁ ମାଟିରୁ ବାହାର କରି ସେଠାରେ ଜଗି ରହିଥିଲେ । କିନ୍ତୁ ମେଡିକାଲ ଟିମ ଏହି ହତ୍ୟାକୁ ଗ୍ରହଣ କରି ନ ଥିଲେ । ଏହି ମାମଲାରେ ଲଢିବାକୁ କେଜରିୱାଲ ବରିଷ୍ଠ ଓକିଲଙ୍କୁ ନିଯୁକ୍ତ ଦେବାକୁ କହିଛନ୍ତି ।