ବଲାଙ୍ଗିର ବିକାଶର ସ୍ଥିତ ଅନୁଧ୍ୟାନ କଲେ ୫ଟି ସଚିବ

ବଲାଙ୍ଗୀର : ଦିନିକିଆ ବଲାଙ୍ଗୀର ଗସ୍ତରେ ମୁଖ୍ୟ ୫ଟି ସଚିବ । ଉଚ୍ଚସ୍ତରୀୟ ଟିମ୍ ସହ ବଲାଙ୍ଗୀର ତୁଷୁରା ଏୟାରଷ୍ଟ୍ରିପରେ ପହଞ୍ଚିଲେ ୫ଞ ସଚିବ । ପ୍ରଥମେ ଦେଓଗାଁ ପଞ୍ଚାୟତ ହାଇସ୍କୁଲ ପରିଦର୍ଶନ କରିବା ପରେ ବଲାଙ୍ଗୀର ଠାରେ ରାଜ୍ୟ ସରକାରଙ୍କ ଅନୁଦାନରେ ନିର୍ମାଣ କାର୍ୟ୍ୟ ଚାଲିଥିବା ତରଳ ଅକ୍ସିଜେନ ପ୍ଲାଣ୍ଟସାଇଡ ବୁଲି କାର୍ୟ୍ୟ ତଦାରଖ କରିଥିଲେ । ଏହାପରେ ପତିତପାବନ ହାଇସ୍କୁଲକୁ ଦେଖିବାର ରହିଛି କାର୍ୟ୍ୟକ୍ରମ ରହିଥିଲା । ମେଡିକାଲ କଲେଜରେ ୫ଶହ ବେଡ ହସ୍ପିଟାଲର କାର୍ୟ୍ୟର ସମୀକ୍ଷା, ସେଠାରୁ ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପ ସାଇଡ କାର୍ୟ୍ୟର ସମୀକ୍ଷା କରିବା ସହ ଜିଲ୍ଲାର ଉନ୍ନୟନ କାର୍ୟ୍ୟର ତଦାରଖ କରିଛନ୍ତି ।