ଯଦି ମୋର ଝିଅ ହୁଏ ମୁଁ ତାକୁ ଶିକ୍ଷା ଦେବି ଯେପରି ସେ କାହାରି ଆଗରେ ନତମସ୍ତକ ହେବନାହିଁ : ନୁସରତ ଜାହା

ସ୍ୱାମୀ ନିଖିଲ ଜୈନଙ୍କ ସହ ନୁସରତ ଜାହାନଙ୍କ ସମ୍ପର୍କରେ ତିକ୍ତତା ଚାଲିଛି । ଏସବୁ ମଧ୍ୟରେ ନୁସରତଙ୍କ ସନ୍ତାନ ପ୍ରସବ ଖବର ସାମ୍ନାକୁ ଆସିଛି ।

(ମୁମ୍ବାଇ) : ସ୍ୱାମୀ ନିଖିଲ ଜୈନଙ୍କ ସହ ନୁସରତ ଜାହାନଙ୍କ ସମ୍ପର୍କରେ ତିକ୍ତତା ଚାଲିଛି । ଏସବୁ ମଧ୍ୟରେ ନୁସରତଙ୍କ ସନ୍ତାନ ପ୍ରସବ ଖବର ସାମ୍ନାକୁ ଆସିଛି । ତେବେ ଶିଶୁର ପିତାର ପରିଚୟ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ରବିବାର ଏକ ଫେସବୁକ୍‌ ଲାଇଭରେ ବସିରହାଟର ତୃଣମୂଳ ସାଂସଦ ନିଜ ସାହସିକତା ପ୍ରମାଣ କରିଛନ୍ତି । ଏକ ଗର୍ଭନିରାଧକ ବ୍ରାଣ୍ଡ ଆମ୍ବାସାଡର ନୁସରତ ଏହି ଔଷଧ ସହ ଜଡିତ ବିଭିନ୍ନ ପ୍ରସଙ୍ଗରେ ରବିବାର ସନ୍ଧ୍ୟାରେ ଅଭିନେତ୍ରୀ-ସାଂସଦ ଫେସବୁକରେ ଲାଇଭରେ ଆସିଥିଲେ ।

ସୂଚନାନୁଯାୟୀ , ନିର୍ଦ୍ଦେଶକ ସୁଦର୍ଶନ ରୟ ତାଙ୍କ ସହ ବାର୍ତ୍ତାଳାପରେ ଥିଲେ । ନୁସରତ କହିଛନ୍ତି ଯେ ତାଙ୍କର ଝିଅ ହୁଏ, ତେବେ ମୁଁ ତାକୁ ଶିକ୍ଷା ଦେବି ଯେପରି ସେ କାହାକୁ ନତମସ୍ତକ ହେବ ନାହିଁ । ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ପୁଅ ହୁଏ ସେ ସମାନ କଥା ଶିକ୍ଷା ଦେବେ । ନିଜକୁ ଏକାଧିକ ଥର ଭଲ ରଖିବା ପାଇଁ ସେ ବାର୍ତ୍ତା ଦେଇଛନ୍ତି । ନୁସରତ ବର୍ତ୍ତମାନ ଗର୍ଭବତୀ । ତାଙ୍କ କଥାରୁ ଏହା ସ୍ପଷ୍ଟ ହୋଇଛି ଯେ ସମସ୍ତ ନକାରାତ୍ମକତାକୁ ହଟାଇ ନୁସରତ ତାଙ୍କ ଜୀବନର ଏହି ବିଶେଷ ମୁହୂର୍ତ୍ତରେ ଭଲ ପ୍ରଦର୍ଶନ କରୁଛନ୍ତି । ଏହି ଅଭିନେତ୍ରୀ ବର୍ତ୍ତମାନ ବିଜ୍ଞାପନ ଏବଂ ଫଟୋସୁଟ୍‌ ସୁଟିଂରେ ବ୍ୟସ୍ତ ଅଛନ୍ତି ।