କର୍ଣ୍ଣାଟକ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ବାସବରାଜଦ ବୋମାଇ । ୬୧ ବର୍ଷୀୟ ବାସବରାଜ ହେଲେ କର୍ଣ୍ଣାକଟର ମୁଖ୍ୟମନ୍ତ୍ରୀ । ପଦ ଓ ଗୋପନୀୟତାର ଶପଥ ପାଠ କରାଛନ୍ତି ରାଜ୍ୟପାଳ ଥାବର ଚନ୍ଦ୍ର ଗେହଲଟ । ଗତକାଲି ବାସବରାଜ ବୋମ୍ମାଇଙ୍କୁ ଭାରତୀୟ ଜନତା ପାର୍ଟି (ବିଜେପି) ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସହିତ ବୋମ୍ମାଇଙ୍କ ନାମ ମୁଖ୍ୟମନ୍ତ୍ରୀ ହୋଇଥିବା ପିତା-ପୁତ୍ର ଯୋଡ଼ିରେ ସାମିଲ ହୋଇଗଲା ।
ଉତ୍ତର କର୍ଣ୍ଣାଟକରୁ ଆସିଥିବା ଲିଙ୍ଗାୟତ ନେତା ବାସବରାଜ ବୋମ୍ମାଇ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍ ଆର ବୋମଇଙ୍କ ପୁତ୍ର । ଏସ୍ ଆର ବୋମଇ ୧୯୮୮ରୁ ୧୯୮୯ ମଧ୍ୟରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଥିଲେ ।