କର୍ଣ୍ଣାଟକ : ବାସବରାଜ ବୋମାଇ ହୋଇପାରନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ବୋମାଇ କର୍ଣ୍ଣାଟ ମୁଖ୍ୟମନ୍ତ୍ରୀ ହେବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ପୁଣିଜଣେ ୟେଦ୍ଦ୍ୟୁରପ୍ପା ପରେ ଲିଙ୍ଗାୟତ ସଂପ୍ରଦାୟର ବିଧାୟକଙ୍କୁ ବିଜେପି କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛି । ୟେଦୁୟୁରପ୍ପାଙ୍କ ମନ୍ତ୍ରିମଣ୍ଡଳରେ ବୋମାଇ ଗୃହମନ୍ତ୍ରୀ ଥିଲେ । ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏସ. ଆର ବୋମାଇଙ୍କ ପୁଅ ହେଉଛନ୍ତି ବାସବରାଜ ବୋମାଇ । ୟେଦ୍ଦ୍ୟୁରପ୍ପା ମଧ୍ୟ ବୋମାଇଙ୍କୁ ସମର୍ଥନ କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ନୂଆ ମୁଖ୍ୟମନ୍ତ୍ରୀ ବାଛିବାକୁ ଆଜି ସନ୍ଧ୍ୟାରେ ବିଜେପିର ବିଧାୟକ ଦଳ ବୈଠକ ବସିବ। ଏହି ବୈଠକରେ କେନ୍ଦ୍ରୀୟ ପର୍ୟ୍ୟବେକ୍ଷକ କିଶାନ ରେଡ୍ଡୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ।