ବିଶ୍ବରେ ପ୍ରଥମ ବ୍ୟକ୍ତିଙ୍କର ୨ ହାତ ପ୍ରତ୍ୟାରୋପଣ , ୨୩ ବର୍ଷ ପୂର୍ବେ ଦୁର୍ଘଟଣାରେ ହରାଇଥିଲେ ହାତ

ଫ୍ରାନ୍ସରେ ଜଣେ ବ୍ୟକ୍ତିଙ୍କର ଦୁଇ ହାତ ପ୍ରତ୍ୟାରୋପଣ ହୋଇଛି । ଏହା ବିଶ୍ୱର ପ୍ରଥମ ଘଟଣା । ତାଙ୍କର ଦୁଇ ହାତ ଓ କାନ୍ଧର ପ୍ରତ୍ୟାରୋପଣ ହୋଇଛି । ୪୯ ବର୍ଷୀୟ ଫେଲିକ୍ସ ଗ୍ରେଟାର୍ସନ ଜଣେ ଇଲେକ୍ଟ୍ରିସିଆନ୍‌ । ୨୩ ବର୍ଷ ପୂର୍ବେ ଏକ ବିଦ୍ୟୁତ୍‌ ଦୁର୍ଘଟଣାରେ ସେ ଦୁଇ ହାତ ହରାଇଥିଲେ ।

(ଦିଲ୍ଲୀ) : ଫ୍ରାନ୍ସରେ ଜଣେ ବ୍ୟକ୍ତିଙ୍କର ଦୁଇ ହାତ ପ୍ରତ୍ୟାରୋପଣ ହୋଇଛି । ଏହା ବିଶ୍ୱର ପ୍ରଥମ ଘଟଣା । ତାଙ୍କର ଦୁଇ ହାତ ଓ କାନ୍ଧର ପ୍ରତ୍ୟାରୋପଣ ହୋଇଛି । ୪୯ ବର୍ଷୀୟ ଫେଲିକ୍ସ ଗ୍ରେଟାର୍ସନ ଜଣେ ଇଲେକ୍ଟ୍ରିସିଆନ୍‌ । ୨୩ ବର୍ଷ ପୂର୍ବେ ଏକ ବିଦ୍ୟୁତ୍‌ ଦୁର୍ଘଟଣାରେ ସେ ଦୁଇ ହାତ ହରାଇଥିଲେ । ସେ ଏକ ପାୱାରଲାଇନ୍‌ ଠିକ୍‌ କରିବାକୁ ଚେଷ୍ଟା କରୁଥିଲେ । ଏହି ଦୁର୍ଘଟଣା ପରେ ଡାକ୍ତରମାନେ ଫେଲିକ୍ସଙ୍କୁ ତିନି ମାସ ପର୍ଯ୍ୟନ୍ତ କୋମାରେ ରଖିଥିଲେ । ଇତିମଧ୍ୟରେ ତାଙ୍କର ୫୪ ଅପରେସନ୍‌ ହୋଇଥିଲା । ଫ୍ରାନ୍ସର ଲିୟୋନ ସହରର ଏଡ୍‌ୱର୍ଡ ହେରିୟଟ୍‌ ହସ୍‌ପିଟାଲରେ ତାଙ୍କ ଅପରେସନ୍‌ ହୋଇଛି ।

ସୂଚନାନୁଯାୟୀ , ୧୫ ଘଣ୍ଟା ଧରି ଏହି ଐତିହାସିକ ଅପରେସନ୍‌ ଚାଲିଲା । ଏଥିପାଇଁ ୫ ହସ୍‌ପିଟାଲର ଟିମ୍‌ କାମ କରୁଥିଲେ । ଫେଲିକ୍ସ କହିଛନ୍ତି, ଅପରେସନ୍‌ ପରେ ନିଜର ନୂଆ ହାତକୁ ସେ ହଲାଇ ପାରୁଛନ୍ତି । ପରିଜନଙ୍କୁ କୋଳେଇ ପାରୁଛନ୍ତି । ହାତ କଟିବା ପରେ ଫେଲିକ୍ସ ଏତେ ଅବସାଦଗ୍ରସ୍ତ ହୋଇଯାଇଥିଲେ ଯେ ଏଥିରୁ ମୁକୁଳିବାକୁ ଡ୍ରଗ୍ସ ଓ ମଦ୍ୟପାନ କଲେ । ଏଥିପାଇଁ ବର୍ଷକରେ ତାଙ୍କର ଦୁଇ ଥର ଯକୃତ ପ୍ରତ୍ୟାରୋପଣ କରିବାକୁ ପଡ଼ିଥିଲା । କିନ୍ତୁ ପରେ ହାତ ପ୍ରତ୍ୟାରୋପଣକୁ ନେଇ ସେ ଗମ୍ଭୀର ହେଲେ ଏବଂ ଜଣେ ଦକ୍ଷ ଡାକ୍ତର ଖୋଜିପାଇଲେ ।