୨୦୧୧ ସ୍ବଚ୍ଛତା ସୂଚୀରେ ଭାରତକୁ ୧୦୦% ସ୍କୋର

ଜାତିସଂଘର ସ୍ୱଚ୍ଛତା ବା ପାରଦର୍ଶିତା(ଟ୍ରାନ୍ସପରେନ୍ସି) ସୂଚୀରେ ଭାରତର ୨୦୨୧ରେ ଏହା ୧୦୦%ରେ ରହିଛି ।

(ଦିଲ୍ଲୀ) : ଜାତିସଂଘର ସ୍ୱଚ୍ଛତା ବା ପାରଦର୍ଶିତା(ଟ୍ରାନ୍ସପରେନ୍ସି) ସୂଚୀରେ ଭାରତର ୨୦୨୧ରେ ଏହା ୧୦୦%ରେ ରହିଛି । ଡିଜିଟାଲ ଓ ନିରନ୍ତର ବାଣିଜ୍ୟ ସୁବିଧା ପ୍ରଦାନରେ ଦେଶର ସ୍କୋର ୯୦.୩୨%କୁ ବୃଦ୍ଧି ପାଇଛି । ୨୦୧୯ରେ ଏହା ୭୮.୪୯% ରହିଥିଲା । ଏସିଆ ପ୍ରଶାନ୍ତ ମହାସାଗର ଅଞ୍ଚଳ ପାଇଁ ଜାତିସଂଘର ଅର୍ଥନୈତିକ ଓ ସାମାଜିକ ଆୟୋଗର ସଦ୍ୟ ରିପୋର୍ଟରୁ ଏହା ଜଣାପଡ଼ିଛି । ସର୍ଭେରେ ମୋଟ ୧୪୩ ରାଷ୍ଟ୍ରକୁ ସାମିଲ କରାଯାଇଥିଲା ।

ସୂଚନାନୁଯାୟୀ , ଓଇସିଡି ଦେଶଗୁଡ଼ିକ ମଧ୍ୟରେ ଭାରତ ସର୍ବାଧିକ ସ୍କୋର ହାସଲ କରିଛି । ଏହି ରାଷ୍ଟ୍ର ମଧ୍ୟରେ ଫ୍ରାନ୍ସ, ବ୍ରିଟେନ, କାନାଡ଼ା, ନରୱେ, ଫିନଲାଣ୍ଡ ରହିଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସର୍ଭେରୁ ଜଣାପଡ଼ିଛି ଯେ ସମସ୍ତ ୫ଟି ମାନଦଣ୍ଡରେ ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ବାଣିଜ୍ୟ କ୍ଷେତ୍ରରେ ମହିଳାଙ୍କ ସମ୍ପୃକ୍ତି କ୍ଷେତ୍ରରେ ଭାରତର ସ୍କୋର ୬୬% ରହିଛି । ଔପଚାରିକତା ବର୍ଗରେ ଭାରତର ସ୍କୋର ଚଳିତବର୍ଷ ୯୫.୮୩% ରହିଛି । କୋଭିଡ ମହାମାରୀ ସମୟରେ ମଧ୍ୟ ବହିଃଶୁଳ୍କ କ୍ଷେତ୍ରରେ ଅନେକ ସଂସ୍କାର ଅଣାଯାଇଛି । ଅକ୍ସିଜେନ୍‌ ସଂକ୍ରାନ୍ତ ଉପକରଣ, ଜୀବନ ରକ୍ଷାକାରୀ ଔଷଧ, ଟିକା ଆଦି କୋଭିଡ ସଂକ୍ରାନ୍ତ ଆମଦାନିକୁ ତ୍ୱରାନ୍ୱିତ କରିବା ଉପରେ ଭାରତ ଯଥେଷ୍ଟ ଗୁରୁତ୍ୱ ଦେଇଛି । ଏ କ୍ଷେତ୍ରରେ ଅନେକ ସଂଶୋଧନ ଅଣାଯାଇଛି । ବହିର୍ବାଣିଜ୍ୟ ନିମନ୍ତେ ୨୪ ଘଣ୍ଟିଆ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ବି କରାଯାଇଛି ।