ମୁମ୍ବାଇରେ ପ୍ରଳୟଙ୍କରୀ ବର୍ଷା, ୨ ଦିନ ମଧ୍ୟରେ ୧୨୯ ଜଣ ମୃତ

ମହାରାଷ୍ଟ୍ରରେ ତାଣ୍ଡବ ରଚିଛି ପ୍ରବଳ ବର୍ଷା। ରାଜ୍ୟରେ ଲଗାଣ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଭୂସ୍ଖଳନ ଏବଂ ବନ୍ୟା ପରିସ୍ଥିତି ଯୋଗୁଁ ଗତ ୨ ଦିନ ମଧ୍ୟରେ ୧୨୯ ଜଣଙ୍କର ଜୀବନ ଗଲାଣି।

(ମୁମ୍ବାଇ) : ମହାରାଷ୍ଟ୍ରରେ ତାଣ୍ଡବ ରଚିଛି ପ୍ରବଳ ବର୍ଷା। ରାଜ୍ୟରେ ଲଗାଣ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଭୂସ୍ଖଳନ ଏବଂ ବନ୍ୟା ପରିସ୍ଥିତି ଯୋଗୁଁ ଗତ ୨ ଦିନ ମଧ୍ୟରେ ୧୨୯ ଜଣଙ୍କର ଜୀବନ ଗଲାଣି। ସେପଟେ ବନ୍ୟାଗ୍ରସ୍ତ ଅଞ୍ଚଳରୁ ଗତ ୨୪ ଘଣ୍ଟା ମଧ୍ୟରେ ୮୪ ହଜାର ୪୫୨ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

 

ସୂଚନାନୁଯାୟୀ, ମହାଡରେ ବନ୍ୟା ପାଣି ମାଡି ଯିବାରୁ ଦୁଇଟି ସ୍ଥାନରେ ବହୁ ଲୋକ ପୋତି ହୋଇଯାଇଛନ୍ତି। ଏଯାବତ୍ ୪୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୩୫ ଜଣ ଆହତଙ୍କର ଚିକିତ୍ସା ଚାଲୁଛି। ଏଠାରେ ଆଉ ୫୦ ଜଣ ଦବି ରହିଥିବା ଅନୁମାନ କରାଯାଉଛି। ସେହିପରି ରାୟଗଢ ଜିଲ୍ଲାର ୬ଟି ସ୍ଥାନରେ ଭୂସ୍ଖଳନ ହୋଇଛି। ଗୋଟିଏ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ମଧ୍ୟରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭୂସ୍ଖଳନରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଦେବେ ବୋଲି ଘୋଷଣା କରିଛନ୍ତି।