ମାଟି ଧସି ୩୬ ମୃତ , ଆହୁରି ଲୋକ ଦବି ହୋଇ ରହିଥିବାର ଆଶଙ୍କା

ହାରାଷ୍ଟ୍ରରେ ଲଗାତାର ଜାରି ରହିଛି ପ୍ରବଳ ବର୍ଷା। ରାଜ୍ୟର ବହୁ ଅଞ୍ଚଳରେ ସ୍ଥିତି ଖୁବ୍ ଗମ୍ଭୀର। ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେଉଥିବାର ଖବର ମଧ୍ୟ ଆସୁଛି।

(ମୁମ୍ବାଇ) : ମହାରାଷ୍ଟ୍ରରେ ଲଗାତାର ଜାରି ରହିଛି ପ୍ରବଳ ବର୍ଷା। ରାଜ୍ୟର ବହୁ ଅଞ୍ଚଳରେ ସ୍ଥିତି ଖୁବ୍ ଗମ୍ଭୀର। ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେଉଥିବାର ଖବର ମଧ୍ୟ ଆସୁଛି। ପୁଣି ପାଣିପାଗ ବିଭାଗ ପକ୍ଷରୁ ଆହୁରି ୩-୪ ଦିନ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଦିଆଯାଇଛି। ସମ୍ଭାବ୍ୟ ପରିସ୍ଥିତିକୁ ଦେଖି ଏନ୍ଡିଆର୍ଏଫ୍ ଟିମ୍ ମଧ୍ୟ ମୁତୟନ କରାଯାଇଛି। ରତ୍ନଗିରି ଓ ରାୟଗଡ଼ ଜିଲ୍ଲାରେ ପ୍ରବଳ ପର୍ଷା ଯୋଗୁ ନଦୀ ବିପଦ ସଂକେତରେ ପ୍ରବାହ ହେଉଛି। ରାୟଗଡ ଜିଲ୍ଲାରେ ପାହାଡ ଧସିବା କାରଣରୁ ମୃତ୍ୟୁ ସଂଖ୍ୟା ୩୬ରେ ପହଁଞ୍ଚି ଯାଇଛି। ଏପର୍ଯ୍ୟନ୍ତ ୧୫ ଜଣଙ୍କୁ ଉଦ୍ଧାର କରାଯାଇଛି। ମାଟି ତଳେ ଏବେ ବି ଅନେକ ଲୋକ ଦବି ହୋଇ ରହିଥିବାର ଆଶଭ୍କା କରାଯାଉଛି। ଏନଡିଆରଏଫ୍ ଟିମ୍‌ ରେସକ୍ୟୁ ଅପରେସନ୍ ଚଳାଇଛି।

ସୂଚନାନୁଯାୟୀ , ରାୟଗଡର ମହାଡ ତହସିଲର ତଲୀୟ ଗାଁରେ ଗତକାଲି (୨୨) ଜୁଲାଇ ସନ୍ଧ୍ୟାବେଳେ ,ଏହି ଭୂସ୍ଖଳନ ଘଟିଥିଲା। ଏବେ ବି ଆହୁରି ୪୦ ଜଣ ପୋତି ହୋଇ ରହିଥିବାର ଆଶଙ୍କା କରାଯାଉଛି। ମାଟି ତଳେ ଏବେ ବି ଅନେକ ଲୋକ ଦବି ହୋଇ ରହିଥିବାର ଆଶଭ୍କା କରାଯାଉଛି। ଏନଡିଆରଏଫ୍ ଟିମ୍‌ ରେସକ୍ୟୁ ଅପରେସନ୍ ଚଳାଇଛି।