ଜୁଲାଇ ୨୬ ତାରିଖରେ ବନ୍ଦ ରହିବ ଟାକ୍ସି ଓ ଆପ୍ କ୍ୟାବ୍ ସେବା , ଟ୍ୟାକ୍ସି ଭଡ଼ା ବୃଦ୍ଧି ଦାବି
ଆସନ୍ତା ଜୁଲାଇ ୨୬ ତାରିଖରେ ବନ୍ଦ ରହିବ ଟାକ୍ସି ଓ ଆପ୍ କ୍ୟାବ୍ ସେବା । ଟାକ୍ସି ଭଡ଼ା ବୃଦ୍ଧି ଦାବି ଓ ଆପ୍ କ୍ୟାବ୍ ମ୍ୟାନେଜମେଣ୍ଟର ଏକାଧିକ ନିଷ୍ପତ୍ତି ବିରୋଧରେ ଏହି ଦିନ ଚାଳକମାନେ ପରିବହନ ଭବନ ଆଗରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
(କୋଲକତା) : ଆସନ୍ତା ଜୁଲାଇ ୨୬ ତାରିଖରେ ବନ୍ଦ ରହିବ ଟାକ୍ସି ଓ ଆପ୍ କ୍ୟାବ୍ ସେବା । ଟାକ୍ସି ଭଡ଼ା ବୃଦ୍ଧି ଦାବି ଓ ଆପ୍ କ୍ୟାବ୍ ମ୍ୟାନେଜମେଣ୍ଟର ଏକାଧିକ ନିଷ୍ପତ୍ତି ବିରୋଧରେ ଏହି ଦିନ ଚାଳକମାନେ ପରିବହନ ଭବନ ଆଗରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ କୋଲକାତା ଆପ୍ କ୍ୟାବ୍ ଅପରେଟର୍ସ ଫୋରମ୍ ଆଣ୍ଡ ୱେଷ୍ଟ ବେଙ୍ଗଲ ଟ୍ୟାକ୍ସି ଅପରେଟର୍ସ କୋଅର୍ଡିନେଶନ କମିଟି ସୂଚନା ଦେଇଛି ।
ସୂଚନାନୁଯାୟୀ , ଏହା ପୂର୍ବରୁ ୧୩ ଜୁଲାଇରେ ସଂଗଠନ ତରଫରୁ ଲେନିନ୍ ପ୍ରତିମୂର୍ତ୍ତି ପାଦଦେଶରେ ଏକ ଜନସଭା କରିବା ଲାଗି ଡାକରା ଦିଆଯାଇଛି । ଏହାର ଦୁଇଦିନ ପୂର୍ବରୁ ସଂଗଠନର ସଦସ୍ୟମାନେ ସହରର ଦୁଇଟି ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେମାନଙ୍କ ଦାବି, ଯେଉଁଭାବେ ପେଟ୍ରୋଲ ଡିଜେଲ ଦାମ ବଢ଼ିଛି, ସେଥିରେ ପୁରୁଣା ଭଡ଼ାରେ ଟ୍ୟାକ୍ସି ଚଳାଇବା ସମ୍ଭବ ନୁହେଁ । ଟ୍ୟାକ୍ସି ଭଡ଼ା ତୁରନ୍ତ ବଢ଼ାଇବାକୁ ସେମାନେ ଦାବି କରିଛନ୍ତି ।