ବିଶ୍ୱର ସବୁଠୁ ଗଭୀର ସୁଇମିଂ ପୁଲ୍ , ୧କୋଟି ୪୦ ଲକ୍ଷ ଲିଟର ପାଣି ରହିବାର କ୍ଷମତା

ଦୁବାଇକୁ ପର୍ଯ୍ୟଟନ କେନ୍ଦ୍ର କୁହାଯାଏ। ସେଠାରେ ବୁଲିବା ଯୋଗ୍ୟ ସ୍ଥାନ ଭିତରେ ଖୁବ୍ ଶୀଘ୍ର ସବୁଠାରୁ ଗଭୀର ସୁଇମିଂ ପୁଲର ନାମ (Deep Dive Dubai)ରେ ସାମିଲ ହେବାର ଅଛି। ଏଠାରେ ଅଣ୍ଡରଓ୍ବାଟର ଡିପ୍ ଡାଇଭିଂ ପାଇଁ ଏତେ ଗଭୀର ସୁଇମିଂ ପୁଲ୍ ତିଆରି କରାଯାଉଛି

(ଦୁବାଇ) : ଦୁବାଇକୁ ପର୍ଯ୍ୟଟନ କେନ୍ଦ୍ର କୁହାଯାଏ। ସେଠାରେ ବୁଲିବା ଯୋଗ୍ୟ ସ୍ଥାନ ଭିତରେ ଖୁବ୍ ଶୀଘ୍ର ସବୁଠାରୁ ଗଭୀର ସୁଇମିଂ ପୁଲର ନାମ (Deep Dive Dubai)ରେ ସାମିଲ ହେବାର ଅଛି। ଏଠାରେ ଅଣ୍ଡରଓ୍ବାଟର ଡିପ୍ ଡାଇଭିଂ ପାଇଁ ଏତେ ଗଭୀର ସୁଇମିଂ ପୁଲ୍ ତିଆରି କରାଯାଉଛି, ଯେଉଁଥିରେ ଆପାର୍ଟମେଣ୍ଟ, ହୋଟେଲ ଓ ଦୋକାନଠାରୁ ନେଇ ଅଫିସର କାମ କରିବାର ସୁବିଧା ରହିଛି। ଏହି ପୁଲ୍‌ ଦୁବାଇର ଆଖପାଖ ନାଦ ଅଲ୍ ଶୋବା ଅଞ୍ଚଳରେ ରହିଛି।ଦୁବାଇର ଡିପ୍ ଡାଇଭ୍‌ର ଗଭୀରତା ୬୦.୦୨ ମିଟର ରହିଛି। ଏଥିରେ ଅଲମ୍ପିକ ସାଇଜର ୬ଟି ସୁଇମିଂ ପୁଲ୍ ସମାନ ଅର୍ଥାତ ପ୍ରାୟ ୧କୋଟି ୪୦ ଲକ୍ଷ ଲିଟର ପାଣି ଭରିବାର କ୍ଷମତା ରହିଛି। ଏହି ପୁଲ୍‌କୁ ଏକ ଜଳମଗ୍ନ ସହର ଭାବରେ ତିଆରି କରାଯାଇଛି।

ଏଥିରେ ଏକ ଆପାର୍ଟମେଣ୍ଟ ଓ ଗ୍ୟାରେଜ୍ ମଧ୍ୟ ରହିଛି। ଏଥିରେ ସ୍କୁବା ଡାଇଭିଂ ପାଇଁ ବିଭିନ୍ନ ପ୍ରକାର ସୁବିଧା ମଧ୍ୟ ରହିଛି। ଏହି ପୁଲ୍ ଭିତରେ ଏକ ଅଣ୍ଡର ଓ୍ବାଟର ଫିଲ୍ମ ଷ୍ଟୁଡିଓ ମଧ୍ୟ ରହିଛି, ଯେଉଁଥିରେ ଏଡିଟିଂ ରୁମ୍ ଓ ଭିଡିଓ ଓ୍ବାଲ ଭଳି ବହୁ ସୁବିଧା ରହିଛି। ୫୬ ଅଣ୍ଡରଓ୍ବାଟର କ୍ୟାମେରା ସହିତ ପୁଲ୍‌ରେ ଅଲଗା ଅଲଗା ମୁଡ୍‌ ପାଇଁ ୧୬୪ ପ୍ରକାର ଲାଇଟ୍ ମଧ୍ୟ ଲଗାଯାଇଛି।ଡିପ୍ ଡ୍ରାଇଭ ଦୁବାଇକୁ ବିଶ୍ବର ସବୁଠାରୁ ଗଭୀର ସୁଇମିଂ ପୁଲ ହେବାର ମାନ୍ୟତା ଗିନିଜ୍ ଓ୍ବାର୍ଲ୍ଡ ରେକର୍ଡ ଦେଇଛି। ଏହା ୧୫୦୦ ବର୍ଗ ମିଟର ପର୍ଯ୍ୟନ୍ତ ବ୍ୟାପି ରହିଛି। ଡିପ୍ ଡ୍ରାଇଭ ଦୁବାଇ ହୋଟେଲ ସିପ୍‌ ଆକାରରେ ତିଆରି ହୋଇଛି।