ଆଇଟି ଆକ୍ଟ ୬୬ଏ ରଦ୍ଦ ପରେ ମଧ୍ୟ ମାମଲା ରୁଜୁ

ନୂଆଦିଲ୍ଲୀ (ରିପୋର୍ଟର୍ସ ଟୁଡେ) : ରଦ୍ଦ ହୋଇଥିବା ଆଇଟି ଆକ୍ଟ ୬୬ଏ ରେ ମାମଲା ରୁଜୁ ହୋଇଥିବା ନେଇ ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରିବା ସହିତ ଚିନ୍ତାପ୍ରକଟ କରିଛନ୍ତି। ରଦ୍ଦ ହୋଇଥିବା ଆଇନ ବଳରେ ୧୦୦୦ରୁ ଉଦ୍ଧ୍ୱର୍ ମାମଲା ରୁଜୁ ହୋଇଛି । ସୋସିଆଲ ମିଡିଆରେ କିମ୍ବା କୌଣସି ଅନଲାଇନ ମିଡିଆ ପ୍ଲାଟଫର୍ମରେ କୌଣସି ଆପତ୍ତିଜନକ ବିଷୟ ପୋଷ୍ଟ କରୁଥିଲେ ଏହି ଆଇନ ଦ୍ୱାରା ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଏ କିନ୍ତୁ ୨୪ ମାର୍ଚ୍ଚ ୨୦୧୫ରେ ଏହି ଆଇନକୁ ସୁପ୍ରିମକୋର୍ଟ ଏହି ଆଇନକୁ ରଦ୍ଦ କରିଦେଇଥିଲେ । ଏହି ଆଇନ ଅସମ୍ବିଧାନିକ ଓ ଅଭିବ୍ୟକ୍ତି ସ୍ୱତନ୍ତ୍ରତାର ଉଲଘଂନ ଦର୍ଶାଇ ସୁପ୍ରିମକୋର୍ଟ ଏହାକୁ ରଦ୍ଦ କରିଥିଲେ ।

ଜଷ୍ଟିସ ଆର ନରିମନ, କେଏମେ ଜୋସେଫ୍ ଏବଂ ବିଆର ଗଭାଇ ତିନି ଜଣିଆ ଖଣ୍ଡପୀଠ ଏହି ଘଟଣାକୁ ଭୟଙ୍କର ଓ ଆଶ୍ଚର୍ଯ୍ୟ ବୋଲି କହିଛନ୍ତି । ଏବଂ ଦୁଇ ସପ୍ତାହ ମଧ୍ୟରେ କେନ୍ଦ୍ରକୁ ଏ ବିଷୟରେ ଜବାବ ମାଗିଛନ୍ତି । ଆବେଦନକାରୀଙ୍କ ଓକିଲ ସଞ୍ଜୟ ପାରିଖ କୋର୍ଟରେ ପକ୍ଷ ରଖି କହିଛନ୍ତି, ଏହି ଧାରା ରଦ୍ଦ ହେବା ସତ୍ତ୍ୱେ ବ୍ୟବହାର ହେଉଛି। ତେଣୁ ମୋଟ୍ କେତୋଟି ମାମଲା ରୁଜୁ ହୋଇଛି ସର୍ବଭାରତୀୟ ସ୍ତରରେ ଏହି ଧାରା ଅନୁଯାୟୀ କୋର୍ଟ ଏ ନେଇ କେନ୍ଦ୍ରକୁ ଜବାବ ମାଗିବା ଦରକାର ବୋଲି ସେ ନିବେଦନ କରିଛନ୍ତି। ସେ କହିଛନ୍ତି ଏହି ଧାରା ରଦ୍ଦ ହେବା ବେଳେ ୧୧ଟି ରାଜ୍ୟରେ ମୋଟ୍ ୨୨୯ଟି କେସ ପେଣ୍ଡିଂ ଥିଲା। କିନ୍ତୁ ଧାରା ୬୬ଏ ରଦ୍ଦ ହେବା ପରେ ୧,୩୦୭ଟି ମାମଲା ରୁଜୁ ହୋଇଛି। ୫୦୭ଟି କେସ୍ ପେଣ୍ଡିଂ ରହିଛି।