କଂଗ୍ରେସ ଛାଡି ଟିଏମସିରେ ସାମିଲ ହେବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ
ପଶ୍ଚିମବଙ୍ଗରେ ପୁଣିଥରେ ମମତା ବାନାର୍ଜୀଙ୍କ ପାର୍ଟି ତୃଣମୂଳ କଂଗ୍ରେସ କ୍ଷମତାକୁ ଆସିବା ପରେ ବହୁ ନେତା ଟିଏମସିରେ ସାମିଲ ହୋଇଛନ୍ତି। ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରାୟ ଙ୍କ ପରେ ଏବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ
(କୋଲକତା) : ପଶ୍ଚିମବଙ୍ଗରେ ପୁଣିଥରେ ମମତା ବାନାର୍ଜୀଙ୍କ ପାର୍ଟି ତୃଣମୂଳ କଂଗ୍ରେସ କ୍ଷମତାକୁ ଆସିବା ପରେ ବହୁ ନେତା ଟିଏମସିରେ ସାମିଲ ହୋଇଛନ୍ତି। ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରାୟ ଙ୍କ ପରେ ଏବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଓ କଂଗ୍ରେସର ପୂର୍ବତନ ସାଂସଦ ଅଭିଜିତ ଚାଟାର୍ଜୀ ମୁଖାର୍ଜୀ ମଧ୍ୟ ଟିଏମସିରେ ସାମିଲ ହେବା କଥା ସାମ୍ନାକୁ ଆସିଛି ।
ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ କିଚି ଦିନ ହେବ ଅଭିଜିତ୍ ମୁଖାର୍ଜୀ ଟିଏମସିର ବରିଷ୍ଠ ନେତାଙ୍କୁ ସାକ୍ଷାତ କରିଥିଲେ। ଆକଳନ କରାଯାଉଛି ଯେ, ଟିଏମସି ଅଭିଜିତ ମୁଖାର୍ଜୀଙ୍କୁ ଜଙ୍ଗିପୁର ବିଧାନସଭା ଆସନ ଦେଇପାରେ। ପ୍ରଣବ ମୁଖାର୍ଜୀଙ୍କ ବଡ ପୁଅ ଅଭିଜିତ ରାଜନୀତିରେ ଆସିବା ପୂର୍ବରୁ ସରକାରୀ ଚାକିରି କରୁଥିଲେ। ରାଷ୍ଟ୍ରପତି ହେବାପରେ ପ୍ରଣବ ମୁଖାର୍ଜୀଙ୍କ ପଶ୍ଚିମବଙ୍ଗର ଜଙ୍ଗୀପୁର ଲୋକସଭା ଆସନ୍ ଖାଲି ଥିଲା।ମିଳିଥିବା ସୂଚନା ଅନୁସାରେ, ଅଭିଜିତ ଆଜି ଅପରାହ୍ନ ୪ଟାରେ ଟିଏମସିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳରେ ସାମିଲ ହେବେ।