ଅନୁଗୁଳ(ରିପୋର୍ଟର୍ସ ଟୁଡେ) : ୬୦ ଟିଏ ଚାରା ପାଇଁ ୧୦ ବଡ ଗଛ କଟାଯାଇଥିବା ଖବର ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଗତ ୧ ତାରିଖ ଦିନ ବନମୋହତ୍ସବ ପାଳିବା ପାଇଁ ଅନୁଗୁଳ ଅଗ୍ନିଶମ କାର୍ଯ୍ୟଳୟ ପରିସରରେ ଆସନ୍ତାକାଲି ବନ ବିଭାଗ ଗଛ ଚାରା ଲଗାଇବା ପାଇଁ ୧୦ଟି ବୃହତ ପୁରୁଣା ଗଛକୁ କାଟି ଦେଇ ଥିଲେ । ଏହି ବନ ମହୋତ୍ସବ ପ।।ଳନକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇ ଥିଲା । ଏଥିରେ ରେଞ୍ଜର ସତ୍ୟବ୍ରତ ଏହି ଘଟଣାରେ ମୁହଁ ଖୋଲି ବୁଦା ସଫା ଓ ଭାଙ୍ଗି ହୋଇଥିବା ଗଛ ସବୁ କାଟିବା କଥା କହି ସଫେଇ ଦେଇଥିଲେ କିନ୍ତୁ ଆଜି ଆଜିଠାରୁ ବନ ମହୋତ୍ସବ ସପ୍ତାହ ଆରମ୍ଭ ହେବାକୁ ଯାଉଥିବା ବେଳେ ଅନୁଗୁଳ ରେଞ୍ଜ୍ ପକ୍ଷରୁ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ଅନୁଗୁଳ ଅଗ୍ନିଶମ କାର୍ୟ୍ୟାଳୟ ପରିସରରେ କରିବାକୁ ଯୋଜନା ହୋଇଥିଲା। ପ୍ରସ୍ତୁତି ସ୍ବରୂପ, ଜାତି ଜାତିକା ପ୍ରାୟ ୬୦ଟି ଗଛ ଏସ୍ପି, ଜିଲ୍ଲାପାଳଙ୍କ ହାତରେ ଲଗାଇବା ପାଇଁ ମହଜୁଦ ରଖାଯାଇଥିଲା। କିନ୍ତୁ, ଜିଲ୍ଲାପାଳ ଏବଂ ଏସ୍ପିଙ୍କ ହାତରେ ଗଛ ଲଗାଇବା ପାଇଁ ବଡ଼ ବଡ଼ ଗଛ କାଟି ସଫା କରାଯାଇଛି । ଏହି ଖବର ବିଭିନ୍ନ ସ୍ଥାନରେ ପ୍ରକାଶ ପାଇବା ପରେ । କାର୍ୟ୍ୟକ୍ରମରେ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ମଧ୍ୟ ଆସି ନ ଥିବା ଜଣାପଡ଼ିଛି।