ସାନିଟାଇଜ ହୋଇ ପୁଣି ଟିଏମସିରେ ସାମିଲ୍ ହେଲେ ୧୫୦ ବିଜେପି କର୍ମୀ
ପୁଣି ଟିଏମସିରେ ସାମିଲ୍ ହେଲେ ବିଜେପି ନେତା । ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ସ୍ଥାନୀୟ ତୃଣମୁଳ କଂଗ୍ରେସ ନେତାମାନେ ସାନିଟାଇଜର ସ୍ପ୍ରେ କରିବା ପରେ ନିଜକୁ ଶୁଦ୍ଧିକରଣ କରିଥିଲେ ।
(କୋଲକତା) : ପୁଣି ଟିଏମସିରେ ସାମିଲ୍ ହେଲେ ବିଜେପି ନେତା । ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ସ୍ଥାନୀୟ ତୃଣମୁଳ କଂଗ୍ରେସ ନେତାମାନେ ସାନିଟାଇଜର ସ୍ପ୍ରେ କରିବା ପରେ ନିଜକୁ ଶୁଦ୍ଧିକରଣ କରିଥିଲେ । ପ୍ରାୟ ୧୫୦ ବିଜେପି କର୍ମୀଙ୍କୁ ତୃଣମୁଳରେ ଭର୍ତ୍ତି ହୋଇଛନ୍ତି ।
ସୂଚନାନୁଯାୟୀ , ରାୟ କହିଛନ୍ତି ଯେ ବିଜେପିରେ କାମ କରୁଥିବା ଲୋକମାନେ ଏହି ଭାଇରସ୍ର ସଂକ୍ରମିତ ହୋଇଥିଲେ । ସେମାନଙ୍କୁ ଫେରାଇ ଆଣିବା ପୂର୍ବରୁ, ଆମକୁ ନିଶ୍ଚିତ କରିବାକୁ ପଡିଲା ଯେ ସେମାନେ ସଂକ୍ରମଣମୁକ୍ତ ହେବା ଆବଶ୍ୟକ । କାରଣ ଆମର ଲକ୍ଷ୍ୟ ହେଉଛି ଜୀବାଣୁରୁ ମୁକ୍ତି ପାଇବା । ବିଜେପି ଜିଲ୍ଲା ସଭାପତି ଧ୍ରୁଭ ସାହା ଦାବି କରିଛନ୍ତି ଯେ ତାଙ୍କ ଦଳର କର୍ମୀମାନେ ତୃଣମୁଳ କଂଗ୍ରେସରେ ଯୋଗଦେବାକୁ ବାଧ୍ୟ ହୋଇଛନ୍ତି । ସେ କହିଛନ୍ତି ଯେ ନିଜ ଇଚ୍ଛାରେ ବିଜେପିରୁ ତୃଣମୁଳକୁ କେହି ଯାଇ ନାହାଁନ୍ତି ।