୩୦୦ ବିଜେପି କର୍ମୀ ଗଙ୍ଗାଜଳରେ ଶୁଦ୍ଧି ହୋଇ ଟିଏମସିରେ ମିଶିବାକୁ ଦାବି

ବିଜେପିରେ ସାମିଲ ହୋଇ ଆମେ ନିଜ ଗାଁର ବିକାଶକୁ ରୋକି ଦେଇଛୁ। ବିତେବେ ବିଜେପିରେ ସାମିଲ ହୋଇ ଆମକୁ କିଛି ଲାଭ ହୋଇନି

(କୋଲକାତା) : ବିଜେପିର ୩୦୦ କର୍ମୀ ଅନଶନରେ ବସିଥିଲେ। ସେମାଙ୍କ ଦାବି ଥିଲା ତାଙ୍କୁ ପୁଣିଥରେ ଟିଏମସିରେ ସାମିଲ କରାଯାଉ। ଧାରଣାରେ ବସିଥିବା ଜଣେ କର୍ମୀ ଅଶୋକ ମଣ୍ଡଳ କହିଛନ୍ତି, ଆମେ ଚାହୁଁ ଆମକୁ ଟିଏମସିକୁ ଫେରାଇ ଅଣାଯାଉ। ବିଜେପିରେ ସାମିଲ ହୋଇ ଆମେ ନିଜ ଗାଁର ବିକାଶକୁ ରୋକି ଦେଇଛୁ। ବିତେବେ ବିଜେପିରେ ସାମିଲ ହୋଇ ଆମକୁ କିଛି ଲାଭ ହୋଇନି। ଓଲଟା ଆମକୁ କ୍ଷତି ସହିବାକୁ ପଡିଛି।
ସୂଚନାନୁଯାୟୀ , ଗଙ୍ଗାଜଳ ଶୁଦ୍ଧିକରଣ ଅଭିଯାନ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ସକାଳ ୮ଟାରୁ ୧୧ ଟା ପର୍ଯ୍ୟନ୍ତ କର୍ମୀମାନଙ୍କୁ ଡକାଇ ତାଙ୍କ ଉପରେ ଗଙ୍ଗାଜଳ ଛିଞ୍ଚା ଯାଇଥିଲା। ଅନ୍ୟପକ୍ଷେ ବିଜେପିର ଜଣେ ସ୍ଥାନୀୟ ନେତା କହିଛନ୍ତି, ଏସବୁ କେବଳ ନାଟକ। ଆମର ଦଳୀୟ କର୍ମୀଙ୍କୁ ଜବରଦସ୍ତ ଟିଏମସିରେ ସାମିଲ କରାଯାଉଛି।