ଲକଡାଉନ କରିବାକୁ କେନ୍ଦ୍ରକୁ ପରାମର୍ଶ ଦେଲେ ରାହୁଳ

ନୂଆଦିଲ୍ଲୀ : ଭାରତରେ କରୋନାର ଦ୍ୱିତୀୟ ଲହର କାୟା ବିସ୍ତାର କରୁଥିବାବେଳେ ଆଜି ରାହୁଳ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ସମ୍ପୂର୍ଣ୍ଣ ଲକଡାଉ କରିବାକୁ ପରାମର୍ଶ ଦେଇଛନ୍ତି । ରାହୁଲ କହିଛନ୍ତି ଯେ, କରୋନା ରୋକିବାର ଉପାୟ ହେଉଛି ଲକଡାଉନ । ଟ୍ୱିଟ କରି ରାହୁଳ ଗାନ୍ଧୀ କହିଛନ୍ତି ଯେ, ଭାରତ ସରକାର ବୁଝୁ ନାହାନ୍ତି କରୋନାକୁ ରୋକିବାର ଗୋଟିଏ ଉପାୟ ହେଉଛି ଲକଡାଉନ । ସରକାର ଏଭଳି ପରିସ୍ଥିତିରେ ଏହି ପଦକ୍ଷେପ ନନେବା ନୀରିହ ଲୋକଙ୍କୁ ମାରିବା ସହ ସମାନ ହେଉଛି । ତେଣୁ ଲକାଡାଉନ ଏହି ସମୟରେ କରିବା ଉଚିତ ବୋଲି ରାହୁଳ ମତ ଦେଇଛନ୍ତି ।