ପୁଣି ରାଜଧାନୀରେ କୋରୋନାର ଟ୍ରିପଲ ସେଞ୍ଚୁରୀ

ଭୁବନେଶ୍ୱର: ରାଜଧାନୀରେ କୋରୋନାର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ।ହଶହ ଆକ୍ରାନ୍ତଙ୍କ ପାଇଁ ଚିନ୍ତାରେ ପଡିଛନ୍ତି ରାଜ୍ୟ ସରକାର । ତେଣୁ ଆସନ୍ତାକାଲିଠୁ ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ସହ ୧୦ଟି ଜିଲ୍ଲାରେ ସପ୍ତାହନ୍ତ ଶଟଡାଉନ ଘୋଷଣା କରାଯାଇଛି । ଆଜି ମଧ୍ୟ ରାଜଧାନୀରେ ୩୦୦ ଟପିଛି କୋରୋନା ଆକ୍ରାନ୍ତ ସଂଖ୍ୟା । ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରୁ ମୋଟ ୩୧୧ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୪୫ ଟି ଲୋକାଲ କେସ ଥିବାବେଳେ ବାକି ୬୬ ଜଣ କ୍ୱାରାଣ୍ଟାଇନରୁ ଥିବା ଜଣାଯାଇଛି । ତେବେ ଖଣ୍ଡଗିରି ଏବଂ ଭୀମେଶ୍ୱର ମାର୍ଗ ପ୍ରତ୍ୟେକରୁ ସର୍ବାଧିକ୧୬ ଜଣ ଲେଖାଏଁ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ସୁନ୍ଦରପଦାରୁ ୧୩, ଆଇଆରସି ଭିଲେଜରୁ ୧୨, ଓଲଡଟାଉନରୁ ୧୦ ଏବଂ ଚନ୍ଦ୍ରଶେଖରପୁରରୁ ୯ ଜଣଙ୍କର କୋରୋନା ରିପୋର୍ଟ ପଜିଟିଭ ଆସିଛି । ଆହୁରି ଅନେକ ସ୍ଥାନରେ ଏହି ମହାମାରୀ ନିଜର ତାଣ୍ଡବ ଲୀଳା ଜାରି ରଖିଛି ।