(ମନୋଜ କୁମାର ସାହୁ / ରାୟଗଡା): ପରୀ ହତ୍ୟାକାଣ୍ଡକୁ ନେଇ ଆଜି ରାୟଗଡ ସଦର ମହକୁମାରେ ଭାରତୀୟ ଜନତା ପାର୍ଟିର ନଗର ମହିଳା ମୋର୍ଚ୍ଚା ତରଫରୁ ସ୍ଥାନୀୟ କପିଳାସ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଉକ୍ତ କାର୍ୟ୍ୟକ୍ରମରେ ଭାରତୀୟ ଜନତା ପାର୍ଟି ତରଫରୁ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଘଟଣାର ଅଭିଯୁକ୍ତ ବାବୁଲି ନାୟକକୁ ଗିରଫ ସହ ଏଥିରେ ସମ୍ପୃକ୍ତ ଥିବା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଇସ୍ତଫା ଦାବୀ କରିଥିଲେ । ଏହି ଘଟଣାକୁ ନେଇ ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ ଦେଇଥିବା ବିବୃତିକୁ ଘୋର ନିନ୍ଦା କରିଥିଲେ । ଏହି କାର୍ୟ୍ୟକ୍ରମରେ ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ କୁଶପୁତଳିକା ଦାହ କରିଥିଲେ । ଉକ୍ତ କାର୍ୟ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଶିବ ପଟନାୟକ, କାଳିରାମ ମାଝୀ, ବସନ୍ତ ଉଲ୍ଲକା, ମହିଳା ନେତ୍ରୀ ଅର୍ଚାନ ବର୍ମା, ଗୌରୀ ମାଣ୍ଡାଙ୍ଗୀ, ମଂଜୁଳା ମିଣିଆକା, ପ୍ରମୁଖ ଉପସ୍ଥିତ ଥିଲେ । ନେତ୍ରୀ ବୁରୁଡି ଲକ୍ଷ୍ମୀ ଉକ୍ତ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ।