(ରିପୋର୍ଟସ ଟୁଡେ): ଟେଲିଜଗତର ଲୋକପ୍ରିୟ ଧାରାବାହିକ ‘ସିଆଇଡି’ ବନ୍ଦ ହେବାକୁ ଯାଉଛି । ୨୧ ବର୍ଷ ଧରି ଚାଲିଆସୁଥିବା ଏହି ଧାରାବାହିକ ବନ୍ଦ ଖବର ସମସ୍ତ ସିଆଇଡି ଦର୍ଶକ ପ୍ରେମୀଙ୍କୁ ବଡ ଝଟକା ଦେଇଛି । ଏହାର ଧାରାବାହିକ ନିର୍ମାତାମାନେ ଏହାକୁ ବନ୍ଦ କରିବାକୁ ନିଷ୍ପତତ୍ତ ି ନେଇଛନ୍ତି । ଧାରାବାହିକରେ ଏସିପି ଦୟା ଭୂମିକାରେ ଅଭିନୟ କରୁଥିବା ଅଭିନେତା ଦୟାନନ୍ଦ ସେଠୀଙ୍କ କହିବା ଅନୁସାରେ, ଧାରାବାହିକର ନିର୍ଦ୍ଦେଶକ ବି.ପି ସିଂହ ଥରେ ଫୋନକରି ଏହାକୁ ବନ୍ଦ କରିବାକୁ କହିଥିଲେ । ଅକ୍ଟୋବର ୨୭ ତାରିଖରେ ଏହାର ଶେଷ ଏପିସୋଡ ପ୍ରସାରଣ କରାଯିବ । ୧୯୯୮ ରେ ଏହି ଧାରାବାହିକ ସୋନି ଚ୍ୟାନେଲରେ ପ୍ରସାରିତ କରିଆସୁଛି ।