ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ଧୋନୀଙ୍କୁ ଶୁଭ ବିଦାୟ

(ଜୟନ୍ତ କୁମାର ସେଠୀ/ପୁରୀ): ଏମ ଏସ ଧୋନୀଙ୍କ ଅବସର ପରେ ତାଙ୍କର ଶୁଭେଛୁ ମାନେ ତାଙ୍କର ଭବିଷ୍ୟତ ଚଲାପଥ ସଫଳ କ୍ରିକେଟ କ୍ୟାରିଅର ପରି ସଫଳ ହେଉ ସେଥିପାଇଁ ଶୁଭେଚ୍ଛା ପ୍ରଦାନ କରୁଛନ୍ତି। ଏହି କ୍ରମରେ ପୁରୀ ରେ ବାଲୁକାଶିଳ୍ପୀ ମାନସ ସାହୁ ନିଜର ଏକ ସୁନ୍ଦର ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ଧୋନୀ ଙ୍କୁ ଶୁଭ ବିଦାୟ ଜଣାଇ ଛନ୍ତି। ବିଶ୍ୱକପ ବିଜୟ ଠାରୁ ବିଦାୟ ନେବା ଯାଏ ଧୋନୀଙ୍କ ପୁରା କ୍ରିକେଟ କ୍ୟାରିଅରକୁ ଏହି ସୁନ୍ଦର ସ୍ୟାଣ୍ଡ ଆମେସନ ମାଧ୍ୟମରେ ମାନସ ସ୍ଥାନ ଦେଇଛନ୍ତି। ଧୋନୀ କ୍ରୀଡା କୌଶଳ ସବୁଦିନ କ୍ରିକେଟ ପ୍ରେମୀ ମନେ ରଖିବେ ବୋଲୀ ତାଙ୍କର ସ୍ୟାଣ୍ଡ ଆନିମେସନ ରେ ସେ ଦର୍ଶାଇଛନ୍ତି।