ଦିନକରେ ୫୭,୯୮୨ ନୁଆ ରୋଗୀ ଚିହ୍ନଟ, ୯୪୧ ମୃତ

ନୁଆଦିଲ୍ଲୀ: ଦିନକରେ ଦେଶରେ ୫୭ ହଜାର ୯୮୨ ନୁଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୪୧ ଜଣଙ୍କର ମୃତ୍ୟୁ ହୋଇଛି । ଆଜିର ସଂକ୍ରମିତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬ ଲକ୍ଷ ୪୭ ହଜାର ୬୬୪ ରେ ପହଞ୍ଚିଛି । ତେବେ ମୃତ୍ୟୁ ସଂଖ୍ୟା ୨୪ ଘଣ୍ଟା ଭିତରେ ୯୪୧ ହୋଇଥିବାରୁ ମୃତକଙ୍କ ସଂଖ୍ୟା ୫୦ ହଜାର ୯୨୧କୁ ବୃଦ୍ଧି ପାଇଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ସକ୍ରିୟ ଥିବା ମାମଲା ସଂଖ୍ୟା ୬ ଲକ୍ଷ ୭୬ ହଜାର ୯୦୦ ହୋଇଛି । ବର୍ତ୍ତମାନର ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା, ଗତକାଲିଠାରୁ କମ୍ ରହିଥିବା ଦେଖିବାକୁ ମିଳିଛି । ସେହିଭଳି ମୃତକଙ୍କ ହାର ମଧ୍ୟ କମ୍ ରହିଛି ।