(ରାୟଗଡ଼ା/ମନୋଜ କୁମାର ସାହୁ) : ରାୟଗଡା ଜିଲ୍ଲାରେ ଆଜି ୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ସମସ୍ତ ୫ ଜଣ କାଶୀପୁର ବ୍ଲକର ବୋଲି ଜଣାପଡିଛି। ଏଭଳିକି ସମସ୍ତେ ଦିଲ୍ଲୀ ଫେରନ୍ତା ଚତୁର୍ଥ ଆକ୍ରାନ୍ତଙ୍କ ସଂଷ୍ପର୍ଷରେ ମିଶିଥିଲେ। ଫଳରେ ଏହା ବର୍ତ୍ତମାନ ଗୋଷ୍ଠୀ ସଂକ୍ରମଣ ମୁଁହା ହୋଇଥିବା ଚର୍ଚ୍ଚା ଜୋର ଧରିଛି। ୫ ନୂତନ ଆକ୍ରାନ୍ତ ଚିହ୍ନଟ ପରେ ସଂପୃକ୍ତ ଗାଁ ଗୁଡିକୁ କଣ୍ଟେନମେଣ୍ଟ କରିବା ପାଇଁ ପ୍ରଶାସନ ପଦକ୍ଷେପ ନେଇଛନ୍ତି। ପୂର୍ବରୁ ୭ ଜଣ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ମେଡିକାଲରୁ ଘରକୁ ଫେରିଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ୪ ଜଣ କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତ ସର୍ଗିଗୁଡା ଗ୍ରାମର ଓ ଜଣେ ରେଙ୍ଗା ଗ୍ରାମର। ସମସ୍ତେ ହୋମ କ୍ବାରାଣ୍ଟାଇନରେ ରହିଥିଲେ। ୪ ଜଣ ଆନ୍ଧ୍ରପ୍ରଦେଶ ଓ ଜଣେ ତେଲେଙ୍ଗାନାରୁ ଫେରିଥିଲେ।