ରାଜଧାନୀରୁ ଚୋରା ମଦ ଜବତ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜଧାନୀରେ ଚାଲିଛି ଚୋରା ମଦ କାରବାର । ପୋଲିସ ନାକ ତଳେ ଚୋରା ମଦ କାରବାର ଚାଲୁଥିଲେ ମଧ୍ୟ ପୋଲିସ ଟେର ପାଉନି । ହେଲେ ଛୋଟ ମୋଟ ବେପାରୀଙ୍କୁ ଧରୁଥିବା ବେଳେ ବଡ ବଡ ମଦ ବେପାରୀମାନେ ଖସିଯାଉଛନ୍ତି । ତେବେ ଆଜି ରାଜଧାନୀରୁ ଜବତ ହୋଇଛି ଚୋରା ମଦ । ସହୀଦନଗର ଥାନା ପୋଲିସ ଚୋରା ବିଦେଶୀ ମଦ ଜବତ କରିଛି । ଏହି ଘଟଣାରେ ୨ ଜଣ ବେପାରୀଙ୍କୁ ଗିରଫ କରିଥିବା ବେଳେ ଗୋଟିଏ ବୋଲେରୋ ଗାଡି ଜବତ କରିଛି ପୋଲିସ । ସୂଚନାନୁଯାୟୀ, ବାହାର ରାଜ୍ୟକୁ ମଦ ନେଇ ଯାଉଥିବା ସମୟରେ ପୋଲିସ ଟିମ ଅଚାନକ ଚଢାଉ କରିଥିଲା । ଚଢାଉ ସମୟରେ ୯୦ ଲିଟର ବିଦେଶୀ ମଦ ସମେତ ୨ ଜଣ ବେପାରିଙ୍କୁ କାବୁ କରିଥିଲା । ଆଉ ଘଟଣାସ୍ଥଳରୁ ଗୋଟିଏ ବୋଲେରୋ ଗାଡି ପୋଲିସ ଜବତ କରିଛି । ଆଜି ସୁରାଖ ପାଇବା ପରେ ଅଚାନକ ଚଢାଉ କରି ଦୁଇ ଜଣଙ୍କୁ ଗିରଫ କରିବା ସହ ମଦ, ବୋଲେରୋ ଗାଡି ଜବତ କରିଛି । ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।