ଭୁୁବନେଶ୍ୱର ରେଳ ସଦନ ଗେଷ୍ଟ ହାଉସରେ ଅଗ୍ନିକାଣ୍ଡ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜଧାନୀରେ ବଡ ଧରଣର ଅଗ୍ନିକାଣ୍ଡ । ଚନ୍ଦ୍ରଶେଖରପୁର ସ୍ଥିତ ପୂର୍ବାଞ୍ଚଳ ରେଲୱେ ଗେଷ୍ଟ ହାଉସରେ ନିଆଁ ଲାଗିଛି । ତେବେ କେଉଁ କାରଣ ପାଇଁ ନିଆ ଲାଗିଛି ତାହା ଅସ୍ପଷ୍ଟ । ଏହି ବିଲ୍ଡିରେ ନିଆଁ ଲାଗିଥିବା ବେଳେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି । ଘଟଣାସ୍ଥଳରେ ୨ଟି ଦମକଳ ବାହୀନି କର୍ମଚାରୀ ପହଁଞ୍ଚି ନିଆଁକୁ ଆୟତ କରିଛନ୍ତି । ତେବେ ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବ ସନ୍ଦେହ କରାଯାଉଛି ।