(କଣିହାଁ/ ଜ୍ୟୋତି ରଂଜନ ଧର): ଛେନାପୋଡ ଆଣିଲେ ପ୍ରାକ୍ଟିକାଲ ପରିକ୍ଷାରେ ଭଲ ନମ୍ବର ଦେବୁ । ଏଭଳି ଚରମ ବାଣି ଦେଉଛନ୍ତି ଅଧ୍ୟାପକ ମାନେ +୩ ବିଜ୍ଞାନ ବିଭାଗ ୨ୟ ବର୍ଷ ଛାତ୍ରଛାତ୍ରୀଙ୍କୁ । ଶିକ୍ଷାର ବିକଟାଳ ଚିତ୍ର ଦେଖାଦେଇଛି ଖୋଦ୍ ଶିକ୍ଷା ବିଭାଗରେ । ଅନୁଗୋଳ ଜିଲ୍ଲା କଣିହାଁ ମହାବିଦ୍ୟାଳୟ +୩ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଦେଖାଦେଇଛି । ଜୈନେକ ଛାତ୍ରୀ ନିଜ ନାମକୁ ଗୁପ୍ତରେ ରଖିବା ସର୍ତରେ ଏଭଳି ସୂଚନା ଦେଇଛନ୍ତି । ପୂର୍ବରୁ ୫ଶହ ଟଙ୍କା ନେଇଥିଲେ ସଂପୃକ୍ତ ବିଭାଗର ଅଧ୍ୟାପକ ମାନେ । ଏବେ ଘଟଣା ପ୍ରଘଟ ପରେ କଣିହାଁ ଭଳି ଶିଳ୍ପା ଅଂଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।