ପାଣିକୋଇଲି / ସୁନୀଲ ଓଝା : ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ପାଣିକୋଇଲି ପୋଲିସ ମୁଖ୍ୟାଳୟରେ ରିଜର୍ଭ ପୋଲିସ ପଡିଆରେ ମହାସମାରୋହରେ ପ୍ରତିଷ୍ଠା ଦିବସ ପାଳିତ ହୋଇଛି ।

ଜିଲ୍ଲା ଆରକ୍ଷୀ ଅଧିକ୍ଷକ ୟସ ପ୍ରତାପ ଶ୍ରୀମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ୟାରେଡ ଅଭିବାଦନ ଗ୍ରାହଣ କରିବା ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଙ୍କ ବାର୍ତ୍ତା ପଠନ କରିଥିଲେ । ପରେ ଏହି ଅବସରରେ ଜିଲ୍ଲା ପୋଲିସରେ କର୍ତବ୍ୟରତ ଶ୍ରେଷ୍ଟ ସବଇନ୍ସପେକ୍ଟର ଭାବେ ମଙ୍ଗଳପୁର ଥାନାର ବିଭୂତି ଭୂଷଣ ମହାପାତ୍ର , ଶ୍ରେଷ୍ଠ ଏ ଏସ ଆଇ ବିଞ୍ଝାରପୁର ଥାନାର ସସ୍ମିତା ମଙ୍ଗରାଜ , ଶ୍ରେଷ୍ଠ ହାବିଲଦାର ଭାବେ କୋରାଇ ଥାନାର ସୁଦର୍ଶନ ସେଠି, ଶ୍ରେଷ୍ଠ କନେଷ୍ଟବଳ ଭାବେ ଯାଜପୁର ରୋଡ ଥାନାର ଦୀପକ କୁମାର ତ୍ରିପାଠୀ , ଶ୍ରେଷ୍ଟ ଏପିଆର୍ କନେଷ୍ଟବଳ ହେଡକ୍ୟାଟର ପ୍ରକାଶ କୁମାର ସାହୁଙ୍କୁ ଏସପି ମାନପତ୍ର ଙ୍କୁ ପୁଷ୍ପଗୁଚ୍ଛ ଓ ଅର୍ଥ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।

ଅତିରିକ୍ତ ଏସପି ଅନିରୁଦ୍ଧ ରାଉତରାୟ ମାନପତ୍ର ପଠନ କରିଥିଲେ। ଅତିରିକ୍ତ ଏସପି ଶିତିକଣ୍ଠ କାନୁନଗୋ , ଅତିରିକ୍ତ ଏସପି (ଡି ଆଇବି ) ପୁଷ୍ପଲତା ବାରିକ, ରିଜର୍ଭ ଇନ୍ସପେକ୍ଟର ଦିନେଶ କୁମାର ସାହୁ , ସର୍ଜେଣ୍ଟ ଭାଗିରଥି ବେହେରା ଓ ମନୋଜ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

ଏସଡିପିଓ ଲକ୍ଷ୍ମୀଧର ସାହୁ, ପାଣିକୋଇଲି ଥାନା ଅଧିକାରୀ ରଞ୍ଜିତ ମହାନ୍ତି, କୁଆଖିଆ ଥାନାଧିକାରୀ ଚିନ୍ମୟୀ ସାହୁ , କୋରାଇ ଥାନାଧିକାରୀ ରାକେଶ ତ୍ରିପାଠୀ , ଯାଜପୁର ଥାନାଧିକାରି ଶରତ ଚନ୍ଦ୍ର ପାତ୍ର , ଯାଜପୁର ରୋଡ ଥାନାଧିକାରୀ ଉପେନ୍ଦ୍ର ପ୍ରଧାନ ଙ୍କ ସମେତ ଜିଲ୍ଲାର ସମସ୍ତ ପୋଲିସ ପଦାଧିକାରୀ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।