ଉତ୍ତରାଖଣ୍ଡରେ ତାଣ୍ଡବ ରଚୁଛି ବର୍ଷା ଗଲାଣି ୯୦ ଜୀବନ

0

ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ତାଣ୍ଡବ ରଚୁଛି ବର୍ଷା । ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ବଢୁଛି ନଦୀର ଜଳସ୍ଥର । ଫଳରେ କିଛି ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ପାହାଡି ରାଜ୍ୟ ଉତ୍ତରାଖଣ୍ଡ ଓ ହିମାଚଳପ୍ରଦେଶରେ ପ୍ରବଳ ବର୍ଷା ହେବାରୁ ପାହାଡ ଧସିବା ଓ ଭୂସ୍ଖଳନ ହେବାର ଭୟ ମଧ୍ୟ ରହିଛି । ତେବେ ଏହାରି ଭିତରେ ବର୍ଷା ଓ ଭୂସ୍ଖଳନ ରେ ୯୦ଜଣଙ୍କ ଜୀବନ ଜାଇଥିବା କୁହାଯାଉଛି । ଏବେବି ଅନେକ ଲୋକ ପାଣି ଘେରରେ ଫସି ରହିଛନ୍ତି । ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ପର୍ଯ୍ୟଟକମାନେ ଫସିରହିଥିଲେ । ଏବେ ସୁଦ୍ଧା ୫୦ହଜାର ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ । ଏହି ପରିସ୍ଥିତିରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ସବୁ ବିଭାଗକୁ ଆଲର୍ଟ କରାଯାଇଛି । ସମସ୍ତଙ୍କ ଛୁଟି ବାତିଲ କରିବା ସହ ୨୪ଘଣ୍ଟା କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର୍ ସିଂ କହିଛନ୍ତି । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ୍ ଯବାନଙ୍କୁ ମୁତୟନ କରାଯାଇଛି । ସେପଟେ ଉତ୍ତରାଖଣ୍ଡର କିଛି ଅଞ୍ଚଳକୁ ୟଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଉତ୍ତରାଖଣ୍ଡର ଧନୋରୀ, ରୁଦ୍ରପ୍ରୟାଗ ଓ ଖାନପୁରକୁ ଆଜି ଏବଂ ଆସନ୍ତାକାଲି  ପାଇଁ ୟଲୋ ୱାର୍ଣ୍ଣଂ ଜାରି କରାଯାଇଛି ।