ବୌଦ୍ଧ: ଆତ୍ମସମର୍ପଣ କଲେ ମାଓବାଦୀ । ୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ସେଥିରେ ୨ ଜଣ ମହିଳା ୭ ଜଣ ପୁରୁଷ ମାଓବାଦୀ ଥିବା କୁହାଯାଉଛି । ପୋଲିସ ଆଇଜିଙ୍କ ନିକଟରେ ମାଓବାଦୀମାନେ ଆତ୍ମସମର୍ପଣ କରିଥିବା ବେଳେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ନେଇ ଆତ୍ମସମର୍ପଣ କରିଥିବା କୁହାଯାଉଛି । ସମସ୍ତ ମାଓବାଦୀ କକଈଘ ମାଓ ଡିଭିଜନର ହୋଇଥିବା ସୂଚନା ମିଳିଛି । ବିଗତ ୫ ବର୍ଷ ହେବ ଦୁହେଁ ସକ୍ରିୟ ଥିଲେ । ବିଗତ ୬ ମାସ ଧରି ବୌ ଦ୍ଧ କନ୍ଧମାଳ ଅଞ୍ଚଳରେ ସକ୍ରିୟ ଅଛି କକଈଘ ମାଓ ଡ଼ିଭିଜନ । ବାରମ୍ବାର ପୋଲିସ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ବହୁ ମାଓ କ୍ୟାମ୍ପ ଧ୍ଵଂସ କରିବା ସହିତ ମାଓ ସାମଗ୍ରୀ ଜବତ କରିଥିଲା ପୋଲିସ । ଏ ନେଇ ଦକ୍ଷିଣାଞ୍ଚଳ ଆଇଜି ଜୟ ନାରାୟଣ ପଙ୍କଜ ସୂଚନା ଦେଇଛନ୍ତି ।