ମିରଟ: ପ୍ରସବ ପାଇଁ ଆସିଥିବା ମହିଳା ୮୦ ମହିଳା HIV ପଜିଟିଭ । ଏହିଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖାଦେଇଛି ଉତ୍ତରପ୍ରଦେଶ, ମିରଟରେ ଥିବା ଲାଲା ଲଜପତ ମେଡିକାଲ କଲେଜରେ । ଏବେ ଏହି ସବୁ ମହିଳାଙ୍କ ଚିକିତ୍ସା ଚିଲିଛି ।
ଏହିପରି ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗତ ୧୬ ମାସରେ ପ୍ରସବ ପାଇଁ ଆସିଥିବା ୬୦ ରୁ ୮୦ ମହିଳା HIV ପଜିଟିଭ ଥିବାର ଜଣାପଡିଛି ।ଏହାର ସ୍ଥିତି ଉପରେ ଜିଲ୍ଲା ସ୍ୱସ୍ଥ୍ୟ ବିଭାଗ ନଜର ରଖିଛନ୍ତି ।
ମେଡିକାଲ ଅଧିକାରୀଙ୍କ କହିବା ଅନୁଯାଇ , ଏହି ସମସ୍ତ ଗର୍ଭବତୀ ମହିଳାଙ୍କ ଚିକିତ୍ସା ଚାଲିଥିଲା । ସେଥିମଧ୍ୟରୁ ପ୍ରାୟ ୩୫ ମହିଳାଙ୍କ ପ୍ରସବ ସଠିକ ଭାବରେ କରାଯାଇଛି । ବିଗତ ୧୬ ମାସରେ ମେଡିକାଲକୁ ଆସିଥିବା ପ୍ରାୟ ୮୧ ଜଣ ମହିଳା HIVରେ ଆକ୍ରାନ୍ତ ଥିଲେ ।୩୫ ଜଣ ମହିଳା ପୂର୍ବରୁ HIV ପଜିଟିଭ ଥିଲେ । ୨୦୨୨-୨୩ ମସିହାରେ ପ୍ରସବ ସମୟରେ ଚେକଅପ କରିବାରୁ ୩୩ ନୂଆ କେସ୍ ଜଣାପଡ଼ିଥିଲା । ଚଳିତ ବର୍ଷ ଜୁଲାଇ ସୁଦ୍ଧା ୧୩ ଜଣ ମହିଳା HIVରେ ଆକ୍ରାନ୍ତ ଥିବା ଜଣାପଡ଼ିଛି ।