ଛତିଶଗଡ଼ ବିଜାପୁର ଏନ୍କାଉଣ୍ଟରରେ ୧୨ ଜଣ ମାଓବାଦୀ ନୁହେଁ ବରଂ ୧୮ ମାଓବାଦୀ ନିହତ ହୋଇଛନ୍ତି । ଏନେଇ ଦକ୍ଷିଣ ବସ୍ତର ମାଓ ଡିବିଜନାଲ ସଂଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି । କିଛି ଦିନ ତଳେ ଛତିଶଗଡ଼ ବିଜାପୁର ଜଙ୍ଗଲରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଏହି ଏନ୍କାଉଣ୍ଟରରେ ୧୨ ଜଣ ମାଓବାଦୀ ନିହତ ହୋଇଥିବା କହିଥିଲା ଛତିଶଗଡ଼ ପୋଲିସ । ହେଲେ ଏନ୍କାଉଣ୍ଟରରେ ୧୨ ନୁହେଁ ୧୮ ଜଣ ମାଓବାଦୀ ନିପାତ ହୋଇଛନ୍ତି । ତାହା ପୁଣି ଦକ୍ଷିଣ ବସ୍ତର ମାଓ ସଂଗଠନ ପକ୍ଷରୁ ଏକ ଚିଠି ମାଧ୍ୟମରେ ସ୍ପଷ୍ଟ କରାଯାଇଛି ।

ଚିଠିରେ ଆହୁରି ଲେଖା ଅଛି ଯେ, ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟର ପରେ ୧୨ ଜଣ ମାଓବାଦୀଙ୍କ ମୃତଦେହ ଠାବ କରିଥିଲେ , ବାକି ୬ ଜଣଙ୍କ ମୃତଦେହକୁ ଏନ୍କାଉଣ୍ଟର ପରେ ସାଥୀମାନେ ନେଇଯାଇଥିଲେ । ସେହିପରି ମାଓ ସଂଗଠନ ପକ୍ଷରୁ ମାଓନେତା ଦାମୋଦରଙ୍କ ଏକ ଫଟୋ ମଧ୍ୟ ଜାରି କରାଯାଇଛି । ଯେଉଁଥିରେ ପୋଲିସ ଗୁଳିରେ ଦାମୋଦର ନିହତ ହୋଇଥିବା କଥା ସ୍ପଷ୍ଟ କରିଛନ୍ତି ।
