ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଥାନା ପାଇଁ ଲୋକାର୍ପିତ ହେଲା ୮ଟି ଚାରି ଚକିଆ ଯାନ

ସୁବର୍ଣ୍ଣପୁର-: ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଥାନାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୮ ଗୋଟି ନୂଆଁ ଚାରି ଚକିଆ ଗାଡି ପ୍ରଦାନ କରାଯାଇଛି।  ଏହାର ଶୁଭାରମ୍ଭ ତଥା ଲୋକାର୍ପିତ କରିଛନ୍ତି ଜିଲ୍ଲାର ନୂଆ ଏସପି ଶ୍ରୀ ନାରାୟଣ ନାୟକ । ଜିଲ୍ଲାର ସମସ୍ତ ଫାଣ୍ଡି ଓ ଥାନା ମାନଙ୍କୁ ଏ ଗାଡ଼ି ଗୁଡ଼ିକ ଶୀଘ୍ର ପହଞ୍ଚାଇ ଦିଆଯିବ ଯାହା ଦ୍ବାରା କି ବିଭିନ୍ନ ଅପହଞ୍ଚ ଅଞ୍ଚଳକୁ ଘଟଣା ଦୁର୍ଘଟଣା ଜାଗାକୁ ପୋଲିସ ଅଧିକାରୀ କର୍ମଚାରୀ ପହଞ୍ଚିବାକୁ ସୁବିଧା ହେବ ବୋଲି ଏସପି ମିଡିଆକୁ ସୂଚନା ଦେଇଥିବା ବେଳେ ଏହା ଦ୍ବାରା କଡା କଡି ପେଟ୍ରୋଲିଙ୍ଗ କରିବା ସହଜ ହେବ ଏବଂ ଜିଲ୍ଲାରେ ଅସାମାଜିକ କାର୍ଯ୍ୟକଳାପ ପାରିବ ବୋଲି କହିଛନ୍ତି । ଏସପି ଶ୍ରୀ ନାୟକ ଙ୍କ ସମେତ ଅତିରିକ୍ତ ଏସପି, ଡିଏସପି ଓ ସମସ୍ତ ଥାନା ଭାରପ୍ରାପ୍ତ ଅଧିକାରୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।