ଭାରତର ୮ ପୂର୍ବତନ ନୌସୈତିକଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଲା ଅଦାଲତ , ଚ୍ୟାଳେଞ୍ଜ କରିବ ଭାରତ

ଦୋହା : ଭାରତର ପୂର୍ବତନ ନୌସୈନିକଙ୍କୁ କତାରର ଏକ ଅଦାଲତ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି । କତାର ସରକାର ଗତ ଏକ ବର୍ଷ ଧରି ଏହି ଭାରତୀୟଙ୍କୁ ବନ୍ଦୀ କରି ରଖିଥିଲେ। କତାର ଅଦାଲତର ଏଭଳି ଫଇସଲାରେ ଦୁଃଖ ପ୍ରକାଶ କରିଛନ୍ତି ଭାରତ ସରକାର । ଏହି ଫଇସଲାକୁ ଭାରତ ଚ୍ୟାଲେଞ୍ଜ କରିବ ବୋଲି କହିଛି । ଭାରତର ଏହି ପୂର୍ବତନ ଅଧିକାରୀଙ୍କୁ ମୁକ୍ତ କରିବାକୁ ପୂର୍ବରୁ ବି ଭାରତ ସରକାର କତାରକୁ ଅପିଲ୍‌ କରିଥିଲେ । ହେଲେ କତାର ଦାବି କରିଛି ଯେ ଏହି ଭାରତୀୟ ମାନେ ଇସ୍ରାଏଲ ପାଇଁ ଜାସୁସୀ କରୁଥିଲେ। ଭାରତ ସରକାର ଏବେ ପୂର୍ବତନ ଅଧିକାରୀଙ୍କୁ ମୁକ୍ତ କରିବା ପାଇଁ ଆଇନର ଆଶ୍ରୟ ନେବ।

ଏହି ପୂର୍ବତନ ଅଧିକାରୀ ମାନେ ଭାରତୀୟ ନୌସନାର ଯୁଦ୍ଧ ଜାହାଜରେ ନିୟୋଜିତ ଥିଲେ। ଚାକିରିରୁ ଅବସର ପରେ ସେମାନେ କତାର ଏକ ପ୍ରାଇଭେଟ କମ୍ପାନୀ ଦହରା ଗ୍ଲୋବାଲରେ କାମ କରୁଥିଲେ । ଏହା ଏକ ବେସରକାର କମ୍ପାନୀ ଯାହାକି କତାର ସେନାକୁ ଟ୍ରେନିଂ ଦେଇଥାଏ। ଅଧିକାରୀଙ୍କ ଦୟା ଯାଚିକାକୁ ଖାରଜ କରିଦେଇଛି କତାର । ଏହି ମାମଲାରେ କତାର ଅଦାଲତର ଏହା ପ୍ରଥମ ଫଇସଲା ନୁହେଁ ।