ଗଞ୍ଜାମ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପଞ୍ଚାୟତ ସମିତିର ସପ୍ତମ ପଞ୍ଚାୟତ ସମିତି ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛିଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ସପ୍ତମ ପଞ୍ଚାୟତ ସମିତି ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବୈଠକକୁ ଗୋଷ୍ଠିଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ପରିଚାଳିତ କରିଥିଲେ । ପଞ୍ଚାୟତ ସମିତିର ଅଧ୍ୟକ୍ଷା ସରସ୍ୱତୀ ସେଠୀ ଅଧ୍ୟକ୍ଷତା କରିଥିଲେ । ସେହିପରି ଏହି ବୈଠକରେ ହିଞ୍ଜିଳି ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ହିଞ୍ଜିଳି ବ୍ଲକ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନ , ଉପାଧ୍ୟକ୍ଷ ସୁନୀଲ କୁମାର ଗନ୍ତାୟତ ଓ ଏବିଡ଼ିଓ ଅରୁଣ କୁମାର ପ୍ରଧାନ ମଞ୍ଚାସିନ ଥିଲେ । ବୈଠକ ପ୍ରାରମ୍ଭରେ ଗୋଷ୍ଠିଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ପୂର୍ବବୈଠକର ବିବରଣୀ ପାଠ ସହ ଆଜିର ବୈଠକ ଉପରେ ସୂଚନା ପ୍ରଦାନ କରିଥିଲେ ।

ଆଜିର ବୈଠକରେ , କୃଷି ଓ ଆନୁଷଙ୍ଗିକ କୃଷି ,ପାନୀୟ ଜଳ ଓ ପରିମଳ, ସ୍ୱାସ୍ଥ୍ୟ, ଶିକ୍ଷା ,ସାଧାରଣ ବଣ୍ଟନ ବ୍ୟବସ୍ଥା , ସାମାଜିକ ସୁରକ୍ଷା , ସମନ୍ୱିତ ଶିଶୁବିକାଶ ଯୋଜନା , ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା , ଗ୍ରାମୀଣ ଆବାସ ଯୋଜନା ,ଉନ୍ନୟନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ସରକାରଙ୍କର ଉନ୍ନୟନମୂଳକ କାର୍ଯ୍ୟ କିପରି ଲୋକାଭିମୁଖୀ ହୋଇପାରିବ ତାହାରି ଉପରେ ଚର୍ଚ୍ଚା ହୋଇଥିଲା ।

ସେହି ପ୍ରକଳ୍ପ ଗୁଡିକୁ ଲୋକଙ୍କ ମଧ୍ୟରେ ଆଦୃତ କରାଇବାସହ ନିମ୍ନସ୍ତରରୁ କାର୍ଯ୍ୟକାରିତା ଉପଯୁକ୍ତତା ଭିତ୍ତିରେ ଯେପରି ହୋଇପାରିବ ତାହାରି ଉପରେ ଆଲୋକପାତ କରାଯାଇଥିଲା । ଉକ୍ତ ବୈଠକରେ ବିଭିନ୍ନ ପ୍ରଶାସନିକ ବିଭାଗର ଯନ୍ତ୍ରୀ ,ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।ଉକ୍ତ ସାଧାରଣ ବୈଠକରେ ହିଞ୍ଜିଳି ପଞ୍ଚାୟତ ସମିତି ଅନ୍ତର୍ଗତ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲାପରିଷଦ ସଭ୍ୟ , ବ୍ଲକ ଅନ୍ତର୍ଗତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଏହି ସମିତି ବୈଠକ ସୁଚାରୁରୂପେ ସମ୍ପାଦିତ ହୋଇଥିବା ଯୋଗୁଁ ଗୋଷ୍ଠିଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।