(ମୁମ୍ୱାଇ) : ମହାରାଷ୍ଟ୍ରରେ କରୋନା ମାମଲା ବୃଦ୍ଧି ଭିତରେ ଚିକିତ୍ସାରେ ଅବହେଳା ହେବାର ଚିତ୍ର ଦେଖିବାକୁ ମିଳୁଛି । ଏଥିଯୋଗୁଁ ରୋଗୀଙ୍କର ମୃ୍ତ୍ୟୁ ହେଉଥିବା ଅଭିଯୋଗ ହୋଇଛି । ମୁମ୍ୱାଇର ନାଲାସୋପାରା ସ୍ଥିତ ଏକ ହସ୍ପିଟାଲରେ ଅକ୍ସିଜେନ୍ର ଅଭାବ ଯୋଗୁଁ ୭ଜଣ କରୋନା ରୋଗୀଙ୍କର ମୃ୍ତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହାପରେ ମୃତକଙ୍କ ପରିବାର ଓ ସଂପର୍କୀୟ ଲୋରେ ଖୁବ୍ ହଙ୍ଗାମା ସୃଷ୍ଟି କରିଛନ୍ତି ।
ହସ୍ପିଟାଲର ଜଣେ ଡାକ୍ତର କହିଛନ୍ତି , ଏହି ହସ୍ପିଟାଲରେ କେବଳ ଗୁରୁତର ରୋଗରେ ପୀଡ଼ିତ ରୋଗୀଙ୍କୁ ଭର୍ତ୍ତି କରାଯାଏ । ଯେଉଁ ରୋଗୀଙ୍କର ମୃତ୍ୟୁ ହୋଇଛି , ସେମାନେ ଅନ୍ୟ କୌଣସି ରୋଗରେ ପୀଡ଼ିତ ଥିଲେ । ଅର୍ଥାତ୍ ଅକ୍ସିଜେନର ଅଭାବରୁ ମୃ୍ତ୍ୟୁ ଅଭିଯୋଗକୁ ହସ୍ପିଟାଲ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି ।