ଶ୍ରୀମନ୍ଦିରରେ ଅଘଟଣ; ପଞ୍ଚୁକ ଦ୍ୱିତୀୟ ଦିନରେ ହବିଷ୍ୟାଳୀଙ୍କ ମୃତ୍ୟୁ

ପୁରୀ/ସଞ୍ଜୟ ମହାପାତ୍ର: ଶ୍ରୀମନ୍ଦିରରେ ଅଘଟଣ । ପଞ୍ଚୁକ ଦ୍ୱିତୀୟ ଦିନରେ ହବିଷ୍ୟାଳୀଙ୍କ ମୃତ୍ୟୁ । ମୃତକ ହେଲେ ନୟାଗଡରୁ ଆସିଥିବା ୭୩ ବର୍ଷୀୟା ହବିଷ୍ୟାଳୀ ଫକୀର ଧଳୁଆ । ସେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାଙ୍କଚୁଡା ବେଶ ଦର୍ଶନ ସାରି ମନ୍ଦିର ଭିତରେ ଥିବା ଉପବନରେ ବସିଥିଲେ। ହଠାତ୍ ଅସୁସ୍ଥ ହେବାରୁ ତାଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।