ସରଣ୍ଡା ଜଙ୍ଗଲରୁ ପ୍ରାୟ ୭୦୦ କେଜି ବିସ୍ଫୋରକ ଜବତ

ରାଉରକେଲା-: ପୁଣି ମିଳିଲା ବିସ୍ଫୋରକ । ସରଣ୍ଡା ଜଙ୍ଗଲରୁ ପ୍ରାୟ ୭୦୦ କେଜି ବିସ୍ଫୋରକ ଜବତ । କୁମ୍ବିଂ ଅପରେସନ ବେଳେ ବିସ୍ଫୋରକ ଉଦ୍ଧାର କଲା ସୁରକ୍ଷା ବାହିନୀ । ଗତ ୨୭ ତାରିଖରେ ୪ ଟନରୁ ଅଧିକ ବିସ୍ଫୋରକ ଲୁଟ୍ ହୋଇଥିଲା । କେ.ବଲାଙ୍ଗ ବାଙ୍କୋ ଖଣିକୁ ଟ୍ରକରେ ୪ ଟନରୁ ଅଧିକ ବିସ୍ଫୋରକ ଆସୁଥିବାବେଳେ ସନ୍ଦିଗ୍ଧ ମାଓବାଦୀ ଲୁଟି ନେଇଥିଲେ । ସୋମବାର ୨୯୬୦ କେଜି ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା । ଲୁଟ୍ ଘଟଣା ପାଇଁ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ ସମେତ ସାରା ଦେଶରେ ହାଇଆଲର୍ଟ ପରିସ୍ଥିତି ସୃଷ୍ଟି ହୋଇଛି । ଘଟଣାର ତଦନ୍ତ ଭାର ଦେଶର ଶ୍ରେଷ୍ଠ ତଦନ୍ତକାରୀ ସଂସ୍ଥା ଏନଆଇଏକୁ ହସ୍ତାନ୍ତର କରାଯାଇଛି ।