ଉଦ୍ଧାର ହେଲା ୭ ଫୁଟ ଲମ୍ବର ଅଜଗର

ଗଞ୍ଜାମ/ରଜନୀକାନ୍ତ ପାତ୍ର: ଗଞ୍ଜାମ ଜିଲ୍ଲାରୁ ଉଦ୍ଧାର ହେଲା ବିରାଟ ଅଜଗର ସାପ । ସାପଟି ଖଲ୍ଲିକୋଟ ଥାନା ଭରଷା ଅନ୍ତର୍ଗତ ପେଟ୍ରୋଲ ପମ୍ପ ନିକଟରୁ ଉଦ୍ଧାର ହୋଇଛି । ତେବେ ସାପଟିର ଲମ୍ବ ୭ ଫୁଟ ହୋଇଥିବା ବେଳେ ଓଜନ ପାଖାପାଖି ୧୦ କେଜିରୁ ଉର୍ଦ୍ଧ ରହିଛି । ବିରାଟ ଅଜଗରକୁ ଦେଖି ସ୍ଥାନୀୟାଞ୍ଚଳରେ ଭୟ ଖେଳିଯାଇଥିଲା । ଏନେଇ ସ୍ଥାନୀୟ ଲୋକେ ବନାଞ୍ଚଳ ଅଧିକାରୀ ସିଦ୍ଧାର୍ଥ ଶଙ୍କର ସାହୁଙ୍କୁ ଖବର ଦେବା ପରେ ବନ କର୍ମଚାରୀ ପହଞ୍ଚି ସାପଟିକୁ ଉଦ୍ଧାର କରିଛନ୍ତି ।