୬୬ ତମ ପୋଲିସ ଶହୀଦ ସ୍ମୃତି ଦିବସ ୨୦୨୫ ପାଳିତ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ବେତା ଗୁଡା ରିଜର୍ଭ ପୋଲିସ ପଡିଆ ଠାରେ 66 ତମ  ପୋଲିସ ଶହୀଦ ସ୍ମୃତି ଦିବସ 2025 ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଗଜପତି ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୋଲିସ ଶହୀଦ ସ୍ମୃତି ଦିବସ ଉପରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ।ପରେ ଶହୀଦ ହୋଇ ଥିବା ପୋଲିସ କର୍ମଚାରୀଙ୍କ ସ୍ମୃତି ସ୍ତମ୍ବରେ ପୁଷ୍ପମାଲ୍ୟାର୍ପଣ କରିଥିଲେ।ପରେ ଶହୀଦ ପରିବାରଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇ ଥିଲା।ଜିଲ୍ଲାର ସୁରକ୍ଷା, ସମାଜରେ ଶାନ୍ତି ରକ୍ଷା ଓ ଜନ ସେବା କ୍ଷେତ୍ରରେ ଗଜପତି ଜିଲ୍ଲା ପୋଲିସର ଦକ୍ଷତା ଉପରେ ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମାଧବାନନ୍ଦ ନାୟକ,ରିଜର୍ଭ ପୋଲିସ ଇନ୍ସପେକ୍ଟର ନିରଞ୍ଜନ ନାୟକ, ଖୁସି ରାମ ଭୋଇ ସରଜେଣ୍, ପୋଲିସ କନ୍ଦର୍ପ ପାତ୍ର ଓ ବହୁ ପୋଲିସ କର୍ମଚାରୀଙ୍କ ସମେତ  ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।