ଯାଜପୁର : ଦ୍ଵିତୀୟ ବିବାହ ପାଇଁ ୬ ବର୍ଷର ପୁଅକୁ ହତ୍ୟା କରିବା ଘଟଣାରେ, ବାପା ସମେତ ୫ଜଣ ଗିରଫ । ବାପା ସମେତ ପରିବାରର ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଯାଜପୁର ଜିଲ୍ଲା ଜେନାପୁର ପୋଲିସ । ୨ଦିନ ତଳେ ଜେନାପୁର ଥାନା ଚାରଗୋଠ ଗାଁ ନିକଟ ପଥର ଖାଦାନ ଭିତରୁ ବାଳକର ମୃତଦେହ ଉଦ୍ଧାର ହୋଇଥିଲା ।
ମୃତ ନାବାଳକର ପରିବାର ଓ ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ଜେନାପୁର ପୋଲିସ ଘଟଣାର ତଦନ୍ତ ଚଳାଇଥିଲା । ପାରିବାରିକ ବିବାଦ ଯୋଗୁ ଅଭିଯୁକ୍ତ ବାଉରୀବନ୍ଧୁ ରାଉତ ନିଜ ୬ବର୍ଷର ପୁଅକୁ ପରିବାର ସଦସ୍ୟଙ୍କ ମିଳିତ ପ୍ରରୋଚନାରେ ହତ୍ୟା କରି ଫିଙ୍ଗିଦେଇଥିବା ଅଭିଯୋଗ ପରେ ପୋଲିସ ବାଉରୀବନ୍ଧୁ ଓ ତାର ପରିବାରର ୪ଜଣ ସଦସ୍ୟଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଥିଲା । ତଦନ୍ତରେ ଅଭିଯୁକ୍ତମାନେ ନିଜ ଅପରାଧ ସ୍ୱୀକାର କରିବା ପରେ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।