ମହାପ୍ରଭୁଙ୍କ ଦର୍ଶନ କଲେ 5T ସଚିବ ଓ ମିଶନ ଶକ୍ତିର ନିର୍ଦ୍ଦେଶିକା

ପୁରୀ: ଆଜି ସକାଳୁ ପୁରୀ ଆସି ପହଞ୍ଚିଥିଲେ 5T ସଚିବ ଭି.କେ ପାଣ୍ଡିଆନ । ସେ ତାଙ୍କ ପତ୍ନୀ ତଥା ମିଶନ ଶକ୍ତିର ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନଙ୍କ ସହ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ସୂଚନା ଅନୁଯାୟୀ, ସକାଳୁ ସକାଳୁ ପତ୍ନୀଙ୍କ ସହ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଥିଲେ 5T ସଚିବ ଏବଂ ପତ୍ନୀ ସୁଜାତା କାର୍ତ୍ତିକେୟନ । ଶ୍ରୀମନ୍ଦିରକୁ ଯାଇ ବେଢ଼ା ପରିକ୍ରମା କରିବା ସହ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ ମଧ୍ୟ କରିଛନ୍ତି । ଶ୍ରୀଜିଉଙ୍କ ଦର୍ଶନ ପରେ ଭୁବନେଶ୍ୱର ଫେରିଛନ୍ତି 5T ସଚିବ ।