୫୮ ବର୍ଷରେ ପାଦ ଦେଇଛନ୍ତି ବଲିଉଡର ସୁପରଷ୍ଟାର କିଙ୍ଗ ଖାନ ଶାହାରୁଖ

ମୁମ୍ବାଇ : ଆଜି ବଲିଉଡର ସୁପରଷ୍ଟାର କିଙ୍ଗ ଖାନ ତଥା ବାଦଶାହ ଶାହାରୁଖଙ୍କ ଜନ୍ମ ଦିନ । ରେମାନ୍ସର କିଙ୍ଗ ଶାହାରୁଖ ଆଜି ୫୮ ବର୍ଷରେ ପାଦ ଦେଇଛନ୍ତି । ଶାହାରୁଖଙ୍କ କ୍ରେଜ ଆଜିବି କମିନି । ରେମାନ୍ସ ହେଉ କି ଆକ୍ସନ ଫ୍ୟାନ ତାଙ୍କର ପ୍ରତ୍ୟେକ ଚରିତ୍ରକୁ ଖୁବ ପସନ୍ଦ କରନ୍ତି । ପଠାନ ଷ୍ଟାର ଶାହାରୁଖଙ୍କ ଫ୍ୟାନ କେବଳ ଭାରତରେ ନୁହେଁ ପୁରା ବିଶ୍ୱରେ ରହିଛନ୍ତିି । ତାଙ୍କର ଜନ୍ମ ଦିନରେ ବିଶ୍ୱରୁ କୋଣ ଅନୁକୋଣରୁ ଶୁଭେଚ୍ଛାର ବର୍ତ୍ତା ଆସିଛି । ଶାହାରୁଖଙ୍କର ଜନ୍ମ ଦିନ ପାଇଁ ତାଙ୍କ ଘର ମନ୍ନତ ଆଗରେ ପ୍ରଶଂସକଙ୍କ ଭିଡ ଜମିଥିଲା । ଶାହାରୁଖ ମଧ୍ୟ ତିଜ ଫ୍ୟାନ୍ସଙ୍କୁ ନିରାଶ କରିନଥିଲେ । ରାତି ଅଧାରେ ଛାତ ଉପରକୁ ଆସି ଫ୍ୟାନ୍ସଙ୍କୁ ଦେଖା ଦେଇଥିଲେ ।

ପଠାନଙ୍କ ପାଇଁ କାଲି ସକାଳଠାରୁ କିଏ ଫୁଲତୋଡା ଧରି ତ କିଏ କିଏ କେକ ଧରି ଅପେକ୍ଷା କରିଥିଲେ ।ଏହାସହ ଶାହରୁଖଙ୍କ ବଡ଼ ବଡ଼ ପୋଷ୍ଟର ନେଇ ମଧ୍ୟା ଆସିଥିବା ଦେଖିବାକୁ ମିଳିଥିଲା । ଶାହରୁଖଙ୍କୁ ଅତି ନିକଟରେ ପାଇ ନିଜ ମୋବାଇଲରେ କଏଦ କରି ନେଇଥିଲେ ତାଙ୍କ ପ୍ରଶଂସକ । ରାତି ୧୨ଟାରେ ମନ୍ନତ ସମ୍ମୁଖରେ ପ୍ରଶଂସକ ଆତସବାଜି ମଧ୍ୟ କରିଥିଲେ । ବ୍ଲାକ ଟି-ସାର୍ଟ ସହିତ ବ୍ଲାକ କ୍ୟାପରେ ଶାହରୁଖ ବହୁତ ହାଣ୍ଡସମ ଲାଗୁଥିଲେ । କେବଳ ଏତିକି ନୁହେଁ ଶାହାରୁଖ ଖାନ ମଧ୍ୟ ବିଳମ୍ବିତ ରାତିରେ ଟ୍ୱିଟ କରି ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି। କିଙ୍ଗ ଖାନଙ୍କର ଏଭଳି କ୍ରେଜ କାହିଁକି ବା ହେବନି । ଗତ ୩ ଦଶକରୁ ନିଜ ଫିଲ୍ମ ମାଧ୍ୟମରେ ଫ୍ୟାନ୍ସଙ୍କୁ ଏଣ୍ଟରଟେନ କରିଆସୁଛନ୍ତି ସେ । ନିଜ ଅଭିନୟର ଯାଦୁରେ ସମସ୍ତଙ୍କୁ ଦିୱାନା କରିଛନ୍ତି ଶାହରୁଖ ଖାନ ।

୨ ନଭେମ୍ବର ୧୯୬୫ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଶାହାରୁଖ । ତାଙ୍କ ବାପା ତାଜ ମହମ୍ମଦ ଖାନ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ଓ ତାଙ୍କ ମାଙ୍କ ନାଁ ଥିଲା ଫାତିମା । ଶାହାରୁଖ ନିଜ ସ୍କୁଲ ଶିକ୍ଷା ଦିଲ୍ଲୀର ସେଣ୍ଟ କଲୋମ୍ବସ ସ୍କୁଲରୁ କରିଥିଲେ । ପାଠ ସହିତ ସେ ଥିଏଟରରେ ମଧ୍ୟ ନିଜ ପ୍ରତିଭା ଦେଖାଇଥିଲେ । ଏହାପରେ ସେ ହଂସରାଜ କଲେଜରୁ ଡିଗ୍ରୀ ହାସଲ କରିଥିଲେ । ପରେ ଜାମିଆ ମିଲିଆ ଇସଲାମିୟା ବିଶ୍ୱବିଦ୍ୟାଳୟରୁ ମାସ କମ୍ୟୁନିକେସନରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ବାପା ମାଙ୍କ ମୃତ୍ୟୁ ପରେ ଶାହାରୁଖ ମୁମ୍ବାଇ ଚାଲି ଆସିଥିଲେ । କିଛି ବର୍ଷ ସଂଘର୍ଷ ପରେ ସେ ସିରିଏଲରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ।

ଟେଲିଭିଜନ ପରେ ସେ ପାଦଦେଇଥିଲେ ସିନେମା ଜଗତରେ । ଚଳଚ୍ଚିତ୍ର ‘ଦିୱାନା’ ଜରିଆରେ ପ୍ରଥମେ ସେ ନିଜ ଅଭିନୟରେ ଦର୍ଶକଙ୍କୁ ମତୁଆଲା କରିଥିଲେ । ଡର୍, ଅଞ୍ଜାମ ଓ ବାଜିଗର, ରାଜୁ ବନ୍ ଗୟା ଜେଣ୍ଟଲ୍ ମ୍ୟାନ୍, କୁଛ୍ କୁଛ୍ ହୋତା ହୈ, ଦେବଦାସ, ଦିଲୱାଲେ ଦୁଲହନିୟା ଲେ ଜାୟେଙ୍ଗେ୍, ଚକ୍ ଦେ ଇଣ୍ତିଆ ଭଳି ସିନେମାରେ ସେ ଉତ୍ତମ ଅଭିନୟ କରି ସାରା ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଚି କରିଥିଲେ । ଏବେ ଆସିଥିବା ଚଳଚ୍ଚିତ୍ର ପଠାନ ଏବଂ ଯବାନ ଲୋକଙ୍କୁ ଖୁବ ପସାଦ ଆସିଛି ।  ଆଜି ତାଙ୍କ ଜନ୍ମଦିନ ଅବସରରେ ଶାହାରୁଖଙ୍କ ପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ତାଙ୍କ ସଫଳତାର ଜୀବନ ଭିତରେ ସେ ବହୁତ ସଂଘର୍ଷ କରିଛନ୍ତି । ହେଲେ ତାଙ୍କ ଏହି ସଫରରେ ସେ ଫ୍ୟାନମାନଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହୋଇଛନ୍ତି ।