ବ୍ୟୁରୋ :କ୍ୟାପିଟାଲ ହସ୍ପିଟାଲରେ ଆଉ ୫୦ ଟି ଅସ୍ଥାୟୀ ଶଯ୍ୟା ବନ୍ଦୋବସ୍ଥ କରାଯିବ । ଏନେଇ ହସ୍ପିଟାଲ୍ କତ୍ତୃପକ୍ଷ ସୂଚନା ଦେଇଛନ୍ତି । ହସ୍ପିଟାଲର ବାରଣ୍ଡା ତଳେ ଚିକିସିତ ହେଉଥିବା କରୁଣ ଚିତ୍ର ବିଭିନ୍ନ ଗଣମାଧ୍ୟମରେ ଭାଇରାଲ ହେବା ପରେ ରୋଗୀ କଲ୍ୟାଣ ସମିତି ପାଣ୍ଠିରୁ ୧୦୦ ଟି ଅସ୍ଥାୟୀ ଶଯ୍ୟା କିଣାଯାଇ ବିଭିନ୍ନ ବିଭାଗରେ ଚିକିତ୍ସା କରାଯାଉଥିଲା । ଏବେ ଆହୁରି ୫୦ଟି ଶଯ୍ୟା ବିଭିନ୍ନ ବିଭାଗରେ ବନ୍ଦୋବସ୍ଥ କରାଯିବ । ପ୍ରାୟ ୪୦୦୦ ରୁ ଅଧିକ ରୋଗୀ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ବେଳେ ୩୦୦ ରୁ ୪୦୦ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ଏଥି ସହିତ ୫୬୦ ଶଯ୍ୟାରେ ପାଖାପାଖି ୧୦୦୦ ରୋଗୀଙ୍କୁ ଚିକିତ୍ସା କରାଯାଉଛି ।